ଓଡିଶା

odisha

ଅର୍ପଣ ରଥ

ETV Bharat / videos

ପରିକ୍ରମା ପ୍ରକଳ୍ପ ପାଇଁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ - ଅରୁଆ ଚାଉଳ ସଂଗ୍ରହ

By ETV Bharat Odisha Team

Published : Jan 8, 2024, 9:50 PM IST

Arpan Rath:ଫୁଲବାଣୀ:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଛି ଅରୁଆ ଚାଉଳ ଏବଂ ଗୁଆ ସଂଗ୍ରହ । ଏହି ପୂଣ୍ୟ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି କନ୍ଧମାଳବାସୀ । ଜିଲ୍ଲାର ସମସ୍ତ ବ୍ଲକ, ଏନଏସି, ପଞ୍ଚାୟତରେ ଏହି 'ଅର୍ପଣ ରଥ' ବୁଲିବା ଆରମ୍ଭ କରିଛି । ପ୍ରତ୍ୟେକ ଘରେ ଜଗତର ନାଥ ଜଗନ୍ନାଥଙ୍କୁ ଅରୁଆ ଚାଉଳ ଏବଂ ଗୁଆ ଦେଇ ଶ୍ରଦ୍ଧାଳୁମାନେ ଦିବ୍ୟ ଅନୁଭୁତି ଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ପରିକ୍ରମା ପ୍ରକଳ୍ପ ଉତ୍ସବ; ପାରମ୍ପରିକ ଚିତ୍ରକଳା ଓ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଶ୍ରୀକ୍ଷେତ୍ର

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅରୁଆ ଚାଉଳ ଏବଂ ଗୁଆ ସଂଗ୍ରହ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଖୁସି ବ୍ୟକ୍ତ କରିଛନ୍ତି କନ୍ଧମାଳବାସୀ । ଭଜନ, କୀର୍ତ୍ତନ, ନାଚ ଗୀତରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଏହି କାର୍ଯ୍ୟକ୍ରମରେ ଜଗନାଥଙ୍କ ପ୍ରତି ଶ୍ରଦ୍ଧାଳୁମାନଙ୍କର ଥିବା ଭକ୍ତିଭାବ ସ୍ପଷ୍ଟ ବାରି ହୋଇ ପଡିଛି । ନିଜକୁ ଜଗନାଥଙ୍କ ନିକଟରେ ସମର୍ପଣ କରି ଭକ୍ତମାନେ ଅରୁଆ ଚାଉଳ ଏବଂ ଗୁଆ କୁଣ୍ଡିରେ ପକାଉଥିବା ଦେଖିବାକୁ ମିଳିଥିଲା । ଏହାସହ ଭକ୍ତମାନେ ପରିକ୍ରମା ପ୍ରକଳ୍ପ ନିମିତ୍ତ ଉଦ୍ଦିଷ୍ଟ 'ଅର୍ପଣ ରଥ' ପଛେ ପଛେ ବୁଲି ସହର ପରିକ୍ରମା କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details