ଓଡିଶା

odisha

ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ କଳାହାଣ୍ଡି

ETV Bharat / videos

ପରିକ୍ରମା କରୁଛି ଅର୍ପଣ ରଥ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ଭବାନୀପାଟଣା - ଅର୍ପଣ ରଥ

By ETV Bharat Odisha Team

Published : Jan 10, 2024, 3:33 PM IST

Arpan Rath in Kalahandiଭବାନୀପାଟଣା:  ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ପରିକ୍ରମା କରୁଚି ଅର୍ପଣ ରଥ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସାରା ରାଜ୍ୟରେ ଗାଁ କୁ ଗାଁ ବୁଲୁଛି ମହାପ୍ରଭୁ ଜଗନ୍ନାଥଙ୍କ ଅର୍ପଣ ରଥ । ଏଥିପାଇଁ ଶଙ୍ଖ, ଘଣ୍ଟ ଓ ହରିବୋଲ ହୁଳହୁଳିରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହେବା ସହ ଜୟ ଜଗନ୍ନାଥ ଧ୍ଵନୀରେ ପ୍ରକମ୍ପିତ ହେଉଛି ପରିବେଶ । ଏନେଇ କଳାହାଣ୍ଡିରେ ବୁଲୁଛି ଅର୍ପଣ ରଥ ।  

କଳାହାଣ୍ଡି ଜିଲ୍ଲାରେ ଅର୍ପଣ ରଥ ବୁଲିବା ସହ ପ୍ରତି ଘରୁ ସଂଗ୍ରହ କରାଯାଉଛି ଗୁଆ ଓ ଅରୁଆ ଚାଉଳ । ଲୋକେ ବେଶ ଭକ୍ତିର ସହ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଗୁଆ ଓ ଚାଉଳ ଅର୍ପଣ ପୂର୍ବକ ମହାପ୍ରଭୁଙ୍କ ପବିତ୍ର କାମ ପାଇଁ ଆରାଧ୍ୟ ଦେବତାଙ୍କୁ ଭକ୍ତି ଅର୍ଘ୍ୟ ପ୍ରଦାନ କରୁଛନ୍ତି । ପରିକ୍ରମା ରଥ ମାଧ୍ୟମରେ ପ୍ରତି ଘରୁ ଏହାକୁ ସଂଗ୍ରହ କରାଯାଉଛି । ପ୍ରତ୍ୟେକ ଗାଁ ଓ ସାହିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି । ଲୋକ ପ୍ରତିନିଧି ଓ ଅଧିକାରୀମାନେ ଗୁଆ ଚାଉଳ ସଂଗ୍ରହ କରୁଛନ୍ତି । ଜଗନ୍ନାଥଙ୍କ ରଥକୁ ପ୍ରତ୍ୟେକଙ୍କ ପାଖରେ ପହଞ୍ଚାଇବାକୁ ନିର୍ବାଚିତ ପ୍ରତିନିଧିଙ୍କ ଭିତରେ ଉତ୍ସାହ ଦେଖାଦେଇଛି । ସମସ୍ତେ ପ୍ରକଳ୍ପ ଉଦଘାଟନ ଅବସରରେ ପୁରୀ ଆସିବା ସମ୍ଭବ ନଥିବାରୁ ଗାଁରୁ ସହର ଜଗନ୍ନାଥ ରଥ ବୁଲି ଗୁଆ ଓ ଚାଉଳ ସଂଗ୍ରହ କରାଯାଉଛି । ଯାହା ମହାପ୍ରଭୁଙ୍କୁ ସମର୍ପଣ କରାଯିବ । ଗ୍ରାମୀଣ ଓଡ଼ିଶାର ରୂପାନ୍ତରଣ ଯାତ୍ରାକୁ ଆଗକୁ ନେବା ସହ ଜଗନ୍ନାଥ ସଂସ୍କୃତିକୁ ବିଶ୍ବରେ ପ୍ରସାର କରିବାକୁ ଶ୍ରୀମନ୍ଦିର ପରିକ୍ରମା ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ ଯାହାକୁ ବେଶ ପ୍ରଶଂସା କରିଛନ୍ତି କଳାହାଣ୍ଡିବାସୀ ।

ଏହା ମଧ୍ୟ ପଢ଼ନ୍ତୁ.....ଝାରସୁଗୁଡାରେ ଅର୍ପଣ ରଥ, ଜଗନ୍ନାଥଙ୍କ ପାଇଁ ଚାଉଳ ଓ ଗୁଆ ସଂଗ୍ରହ

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details