Watch: ସୀମା ସିଲ, ଗାଜାରେ ପ୍ରବେଶ କରୁଛି ଇସ୍ରାଏଲ ସେନା - ଇସ୍ରାଏଲ ପାଲେଷ୍ଟାଇନ ଯୁଦ୍ଧ
Published : Oct 11, 2023, 5:48 PM IST
ହାଇଦ୍ରାବାଦ: ‘ହମାସ’ ଗୋଷ୍ଠୀର ଆକ୍ରମଣ ପରେ ଗାଜା ଉପରେ ଇସ୍ରାଏଲ ଜାରି ରଖିଥିବା ପ୍ରତିଆକ୍ରମଣ ଆଜି 5ମ ଦିନରେ ପହଞ୍ଚିଛି । ଗାଜାକୁ ଚାରିପଟୁ ସମ୍ପୂର୍ଣ୍ଣ ଅବରୋଧ କରି ଏୟାର ଷ୍ଟ୍ରାଇକ ଜାରି ରଖିଛି ଇସ୍ରାଏଲ ବାୟୁସେନା । ଗାଜାରେ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ପ୍ରକୃତ ମୃତାହତଙ୍କ ସଂଖ୍ୟା ଆକଳନ କରିବା ମଧ୍ୟ କଷ୍ଟ । ଗାଜା ସୀମାକୁ ଇସ୍ରାଏଲ ଦ୍ବାରା ପୁରା ସିଲ କରାଯାଇଛି । ଇସ୍ରାଏଲ ସେନା ଉକ୍ତ ଅଞ୍ଚଳରେ ଭାରିମାତ୍ରାରେ ନିୟୋଜିତ ହୋଇଛନ୍ତି । ଇସ୍ରାଏଲରେ ‘ହାମାସ’ ଅଧିକୃତ ଅଞ୍ଚଳର ଏକ ପ୍ରମୁଖ ପ୍ରବେଶ ପଥ ହେଉଛି ସେଡେରୋଟ୍ ଜଙ୍କସନ । କାରଣ ଏହି ସ୍ଥାନରେ ମଧ୍ୟ ଶୁକ୍ରବାର ରାତିରେ ହମାସ ଆତଙ୍କୀ ଇସ୍ରାଏଲ ସୀମା ମଧ୍ୟରେ ଅନୁପ୍ରବେଶ କରି ନରଂସହାର କରିଥିଲେ । ଏବେ ପୋଷ୍ଟ ଦେଇ ଗାଜାରେ ପ୍ରବେଶ କରୁଛନ୍ତି ଇସ୍ରାଏଲ ସେନା । ଦେଖନ୍ତୁ ଭିଡିଓ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ