ଓଡିଶା

odisha

ଆଜିଠାରୁ ତିନିଦିନ ପର୍ଯ୍ୟନ୍ତ ଶିମିଳିପାଳରେ ଚାଲିବ କୁମ୍ଭୀର ଗଣନା କାର୍ଯ୍ୟ

ETV Bharat / videos

ଆଜିଠାରୁ ତିନିଦିନ ପର୍ଯ୍ୟନ୍ତ ଶିମିଳିପାଳରେ ଚାଲିବ କୁମ୍ଭୀର ଗଣନା କାର୍ଯ୍ୟ - Mayurbhanj

By ETV Bharat Odisha Team

Published : Jan 6, 2024, 10:23 PM IST

ରାଇରଙ୍ଗପୁର : ଆଜିଠାରୁ ଶିମିଳିପାଳ ଓ ଶିମିଳିପାଳ ପାଦଦେଶରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା କାର୍ଯ୍ୟ । ବିଶେଷ କରି ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଓ ଶିମିଳିପାଳ ପାଦଦେଶରେ ଥିବା ନଦୀ ଓ ନାଳ ଗୁଡିକରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ କରା ଯାଇଛି । ଶିମିଳିପାଳ ଅଭୟାରଣ୍ୟ ରୁ ବାହାରି ଥିବା ଖଇରୀ, ବୁଢାବଳଙ୍ଗ, ଖଡଖାଇ, ସାଳନ୍ଦୀ, ଦେଓ ନଦୀ ଆଦି ନଦୀ କୂଳ କୂଳରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏଥି ସହିତ ଯଶିପୁର ସ୍ଥିତ ରାମତୀର୍ଥ ରେ ଥିବା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ମଧ୍ୟ କୁମ୍ଭୀର ଗଣନା କାର୍ଯ୍ୟ ଚାଲିଛି । ତେବେ ଶିମିଳିପାଳ ର ସର୍ବାମୋଟ ୨୬ ଟି ସ୍ଥାନରେ ଏହି ଗଣନା କାର୍ଯ୍ୟ ଚାଲିବ। ଉତ୍ତର ଶିମିଳିପାଳ ଓ ଦକ୍ଷିଣ ଶିମିଳିପାଳ ର ୧୬ ଟି ରେଞ୍ଜ ରେ କୁମ୍ଭୀର ଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ରେଞ୍ଜ ଅଞ୍ଚଳରେ ଜଣେ ରେଞ୍ଜର, ଜଣେ ଫରେଷ୍ଟର ଓ ୫ ଜଣ ବନ କର୍ମଚାରୀ ଙ୍କୁ ନେଇ ଗଠିତ ଟିମ୍ କୁମ୍ଭୀର ଗଣନା କାର୍ଯ୍ୟ ସମ୍ପାଦନ କରିବେ ।

ଏହା ମଧ୍ୟ ପଢନ୍ତୁ ...ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ, ୧୮ଟି ଟିମ୍ ସାମିଲ

ତେବେ ଆଜି ଶନିବାର ଜାନୁଆରୀ ମାସ ୬ ତାରିଖ ରୁ ତିନି ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଆସନ୍ତା ରବିବାର ୮ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କାର୍ଯ୍ୟ ଜାରି ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ର କ୍ଷେତ୍ର ନିର୍ଦ୍ଦେଶକ ଡ଼ଃ ପ୍ରକାଶ ଚାନ୍ଦ ଗୋଗୀନେନୀ ସୂଚନା ପ୍ରଦାନ କରିଛନ୍ତି ।  ଏଠାରେ ସୂଚନାଯୋଗ୍ୟ ଯେ, ଶିମିଳିପାଳ ଓ ଆଖପାଖ ଅଞ୍ଚଳରେ ଅଧିକ ସଂଖ୍ୟାରେ ଗୋ ମୁହାଁ ପ୍ରଜାତି ର କୁମ୍ଭୀର ଦେଖିବାକୁ ମିଳିଥାଏ । ତେବେ ଚଳିତ ଥର ଶିମିଳିପାଳ ଅଭୟାରଣ୍ୟ ଓ ଶିମିଳିପାଳ ପାଦଦେଶରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବ ବୋଲିଉତ୍ତର ଶିମିଳିପାଳର ଉପ ନିର୍ଦ୍ଦେଶକ ସାଇ କିରଣ କହିଛନ୍ତି   । 

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details