ଓଡିଶା

odisha

କୋରାପୁଟରେ ପକ୍ଷୀ ଗଣନା

ETV Bharat / videos

କୋରାପୁଟ ବନଖଣ୍ଡରେ ବଢିଲା ପକ୍ଷୀଙ୍କ ସଂଖ୍ୟା; ଅଛନ୍ତି 6151 ପକ୍ଷୀ - bird census in Koraput

By ETV Bharat Odisha Team

Published : Jan 11, 2024, 7:30 AM IST

Annual bird census:କୋରାପୁଟ: କୋରାପୁଟ ବନଖଣ୍ଡ ଅଞ୍ଚଳର ଛୋଟ ବଡ଼ ବିଭିନ୍ନ ଜଳାଶୟରେ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କରାଯାଇଛି । କୋଲାବ ଜଳଭଣ୍ଡାର, ନାଲକୋ ଆଶ ପଣ୍ଡ ଡଙ୍ଗରି ମାଳିଗୁଡା, ବାଗ୍ରା ଏବଂ ରାଣୀଗୁଡାରେ ଥିବା ତେଲେଙ୍ଗିରି ଜଳାଶୟ ଭଳି ସମୁଦାୟ 23ଟି ସ୍ଥାନରେ ଗଣନା କରାଯାଇଛି । ଗଣନା ଅନୁଯାୟୀ ବନଖଣ୍ଡ ଅଞ୍ଚଳରେ 6,151ଟି ପକ୍ଷୀଙ୍କୁ ଠାବ କରାଯାଇଥିବା କୋରାପୁଟ ଡିଏଫଓ ଭାସ୍କର ରାଓ ଜଣାଇଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ...ବାହ୍ୟ ଚିଲିକାରେ ପକ୍ଷୀ ଗଣନା ଶେଷ, ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି

ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କୌଣସି ବିଦେଶୀ ପକ୍ଷୀ ଏହି ବର୍ଷ ମଧ୍ୟ ଆସିନଥିବା ଡିଏଫଓ ସୂଚନା ଦେଇଛନ୍ତି । ବର୍ଷର ଏହି ସମୟରେ ଆର୍ଦ୍ର ଭୂମିରେ ଅନୁକୂଳ ଜଳବାୟୁ ଓ ଖାଦ୍ୟର ଉପଲବ୍ଧିକୁ ଆଖିରେ ରଖି ପକ୍ଷୀଗୁଡିକ କୋରାପୁଟର ବିଭିନ୍ନ ଅଞ୍ଚଳକୁ ଆସିଥାନ୍ତି । ତେବେ ଏହି ଅଞ୍ଚଳର ସ୍ଥାନୀୟ ପକ୍ଷୀ ବାହାରକୁ ଯାଉଥିବା ନେଇ କୌଣସି ତଥ୍ୟ ନଥିବା ସେ ଜଣାଇଛନ୍ତି । କୋଲାବ ଜଳଭଣ୍ଡାର ଏବଂ କୋରାପୁଟ ଅଞ୍ଚଳରେ ଥିବା ଅନ୍ୟାନ୍ୟ ଛୋଟ ବଡ ଜଳାଶୟରେ ମାଛ କିମ୍ବା ଅନ୍ୟାନ୍ୟ ଜଳଜ ପ୍ରାଣୀଙ୍କ ଅଭାବ ରହୁଥିବା କାରଣରୁ ପକ୍ଷୀଙ୍କ ଆଗମନ ପ୍ରଭାବିତ ହେଉଛି । କିଛି ବର୍ଷ ପୂର୍ବେ କିଛି ବିଦେଶୀ ପକ୍ଷୀ ଏହି ଅଞ୍ଚଳକୁ ଆସୁଥିବା ବେଳେ କ୍ରମଶଃ ସେମାନଙ୍କ ଆସିବା କାହିଁକି ବନ୍ଦ ହୋଇଯାଇଛି ସେ ସମ୍ପର୍କରେ ଗବେଷଣା କରାଯାଇ ସେମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯିବାର ଆବଶ୍ୟକତା ଉପରେ ପରିବେଶବିତ୍ ଗୁରୁତ୍ୱ ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ 

ABOUT THE AUTHOR

...view details