ମାନସିକ ରୋଗରେ ଆକ୍ରାନ୍ତ ପୁଅ, କାନ୍ଦି କାନ୍ଦି ସହାୟତା ମାଗୁଛି ମା' - help for treatment
Published : Oct 29, 2023, 7:34 AM IST
ବାଲେଶ୍ବର: ଛିଣ୍ଡା ପଲିଥିନ ତଳେ ଜୀବନ ବିତାଉଛି ପୁଅ । ଘରର ରୋଜଗାରିଆ ପୁଅ ଆଜି ମାନସିକ ରୋଗରେ ଆକ୍ରାନ୍ତ ହୋଇ ଏଭଳି ଜୀବନ କାଟୁଛି। ପୁଅର ଏମିତି ମାନସିକ ରୋଗ ଭଲ କରିବା ପାଇଁ ଆର୍ଥିକ ସହାୟତା ଲୋଡୁଛି ବୃଦ୍ଧା ମା'। ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ବଡପୋଖରୀ ମୁଣ୍ଡୁଳି ଗାଁରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ । ସୂଚନା ଅନୁସାରେ, ଭାରତୀ ବାରିକଙ୍କ ସାନ ପୁଅ ମନୋରଞ୍ଜନ ମୁମ୍ବାଇରେ ରହି କାମ କରୁଥିଲେ। ଦେହ ଅସୁସ୍ଥ ହେବାରୁ ଘରକୁ ପଳାଇ ଆସିଥିଲେ। ହେଲେ ଘରେ ରହିବାର କିଛି ଦିନ ପରେ ନିଜେ ନିଜେ କଥା ହେବା ସହ ଦିନେ ଖାଇଲେ ୧୫ଦିନ ଉପବାସରେ ରହି ଯାଆନ୍ତି।
ଏହା ବି ପଢନ୍ତୁ...ସହାୟତା ଅପେକ୍ଷାରେ ଅସହାୟ ଜେଜେ-ନାତୁଣୀ, ଭୋକ ଓପାସରେ ଜଙ୍ଗଲରେ କଟୁଛି ଦିନ
ଏମିତି ୬ବର୍ଷ ଧରି ମାନସିକ ରୋଗରେ ଆକ୍ରାନ୍ତ ଅଛନ୍ତି ମନୋରଞ୍ଜନ । ସ୍ୱାମୀ ଚାଲି ଯିବା ପରେ ବହୁତ ଦୁଃଖ କଷ୍ଟରେ ପୁଅକୁ ବଡ଼ କରିଥିଲେ ଭାରତୀ । ହେେଲ ରୋଜଗାରିଆ ପୁଅ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲାବେଳେ ସେ ପୁଅକୁ ଭଲ କରିବା ପାଇଁ ଅସମର୍ଥ ହୋଇଯାଇଛନ୍ତି । ଏଭଳି ସ୍ଥିତିରେ ସହାୟତା ପାଇଁ କୋହଭରା କଣ୍ଟରେ ନିବେଦନ କରିଛନ୍ତି ମନୋରଞ୍ଜନଙ୍କ ମା' ।
ଇଟିଭି ଭାରତ, ବାଲେଶ୍ବର