ଓଡିଶା

odisha

୧ କିଲୋମିଟିର ରାସ୍ତା ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

By

Published : Jul 6, 2023, 5:34 PM IST

ETV Bharat / videos

ରୋଗୀକୁ ଷ୍ଟ୍ରେଚରରେ ୧ କିମି ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

ବାଲେଶ୍ବର: ବାହାନଗା ରେଳ ଦୁର୍ଘଟଣା ସମୟରେ ମାନବିକତାର ପରିଚୟ ଦେଇଥିଲେ ଅଞ୍ଚଳବାସୀ । ଏମିତି ମାନବିକତା ଯୋଗୁଁ ଆଜିର ଦିନରେ ଅନେକ ଅସହାୟ ସହଯୋଗ ପାଇ ପାରୁଥିବା ବେଳେ ଲୋକଙ୍କ ଜୀବନ ମଧ୍ୟ ବଞ୍ଚି ପାରୁଛି । ଠିକ ସେମିତି ଜଣେ ରୋଗୀଙ୍କୁ ଷ୍ଟ୍ରେଚରରେ ବୋହି ନେଇ ମେଡିକାଲରେ ପହଞ୍ଚାଇ ଆମ୍ବୁଲାନ୍ସ କର୍ମଚାରୀ ଏବେ ବେଶ ପ୍ରଶଂସା ସାଉଁଟୁଛନ୍ତି । 

ସୂଚନା ଅନୁସାରେ, ବାଲେଶ୍ଵର ସିମୁଳିଆ ବ୍ଲକ ଅଧିନ ଈଶ୍ୱରପୁର ଗ୍ରାମର ବରେନ୍ଦ୍ର ବେହେରା କ୍ୟାନ୍ସର ରୋଗରେ ପୀଡିତ ଥିଲେ । ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବା କାରଣରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ଖବର ପାଇବା ପରେ ନିକଟସ୍ଥ ଡାକ୍ତରଖାନାରୁ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ଇଶ୍ୱରପୁର ଗ୍ରାମ ଅଭିମୁଖେ ବାହାରିଯାଇଥିଲା। ମାତ୍ର ଗାଁ ଭିତରକୁ ଯାଉଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା କାରଣରୁ ଆମ୍ବୁଲାନ୍ସଟି ଗାଁ ଠାରୁ ପ୍ରାୟ ୧ କି.ମି ଦୂରରେ ଅଟକି ରହିଥିଲା । ପରେ ୧୦୮ ଆମ୍ବୁଲାନ୍ସ ଇଏମଟି ବିଜୟୀ  କିସନ ସେନ୍ଦ୍‌, ଡ୍ରାଇଭର ଗୟାଧର ଦାସ ଏବଂ ପ୍ରଶାନ୍ତ କୁମାର ବେହେରା ଏକ ଷ୍ଟ୍ରେଚର ଧରି ଯାଇ ରୋଗୀଙ୍କ ନିକଟରେ ପହଞ୍ଚି ଯାଇଥିଲେ। ଏହାପରେ ଆମ୍ବୁଲାନ୍ସ କର୍ମଚାରୀମାନେ ପରିବାର ଲୋକଙ୍କ ସହାୟତାରେ ରୋଗୀଙ୍କୁ ଷ୍ଟ୍ରେଚରରେ ୧ କି.ମି ରାସ୍ତା ଚାଲି ଚାଲି ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଇଥିଲେ । 


ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details