ଟଙ୍କା ନଦେଲେ ମିଳୁନି ମାଟ୍ରିକ ସାର୍ଟିଫିକେଟ, ୩୦୦ ଟଙ୍କା ଦେଇ ଛାତ୍ରଛାତ୍ରୀ ମାର୍କସିଟ ନେଉଛନ୍ତି ! - ଟଙ୍କା ନଦେଲେ ମିଳୁନି ମାଟ୍ରିକ ସାର୍ଟିଫିକେଟ
ଭବାନୀପାଟଣା: ଟଙ୍କା ନାହିଁ ତ ମାର୍କସିଟ ନାହିଁ । ୩୦୦ ଟଙ୍କା ଦିଅ ମାଟ୍ରିକ ସାର୍ଟିଫିକେଟ ନିଅ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ମାଟ୍ରିକ ସାର୍ଚିଫିକେଟ ପ୍ରଦାନ ଲାଗି ଶିକ୍ଷକ ପିଲାଙ୍କଠାରୁ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧିନସ୍ଥ ନୁନମାଠ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଖୁସିରାମ ସାହୁଙ୍କ ବିରୋଧରେ ଛାତ୍ରଛାତ୍ରୀ ସାଂଘିତିକ ଅଭିଯୋଗ ଆଣିଛନ୍ତି । ପ୍ରଧାନଶିକ୍ଷକ ଓ ସହଶିକ୍ଷକ ଦୁଇ ଜଣ ମଧୁଚନ୍ଦ୍ରିକା ସାଜି ନୁନମାଠ ସ୍କୁଲକୁ ମନମୁଖୀ ଭାବେ ଚଳାଉ ଥିବା ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ ଚଳିତ ବର୍ଷ ୨୦୨୩-୨୪ ମାଟ୍ରିକରେ ପାସ କରିଥିବା ୩୬ ଜଣ ଛାତ୍ରଛାତ୍ରୀଙ୍କଠାରୁ ୩ଶହ ଟଙ୍କା ଲେଖାଏଁ ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । ଖାଲି ସେତିିକି ନୁହେଁ ସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୌକଦାରଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି
TAGGED:
kalahandi news