କନିଷ୍ଠ ଯନ୍ତ୍ରୀଙ୍କ ସରକାରୀ ବାସଭବନରୁ ଚୋରି ଅଭିଯୋଗ
ନୂଆପଡା: ସିନାପାଲି ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ସରକାରୀ ବାସଭବନରେ ଚୋରୀ ହୋଇଥିବା ଅଭିଯୋଗ । ଅଭିଯୋଗ ପାଇ ସିନାପାଲି ପୋଲିସର ଛାନଭିନ ଆରମ୍ଭ । ସୂଚନା ଅନୁଯାୟୀ ସିନାପାଲି ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ମିଶ୍ରଙ୍କ ବ୍ଲକ କଲୋନୀ ସ୍ଥିତ ସରକାରୀ ବାସଭବନରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରମାନେ ଲ୍ୟାପଟପ ,କମ୍ପ୍ୟୁଟର ସହ ଘରେଥିବା ସମସ୍ତ ଟଙ୍କାପଇସା ଓ ବ୍ୟବହୃତ ମୂଲ୍ୟବାନ ସାମଗ୍ରୀ ଚୋରି କରିନେଇଥିବା କନିଷ୍ଠ ଯନ୍ତ୍ରୀ ଅଭିଯୋଗ କରିଛନ୍ତି । ଶୁକ୍ରବାର ପାଖାପାଖି 2ଘଣ୍ଟା 30 ମିନିଟ ସମୟରେ ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ ଯନ୍ତ୍ରୀ । ଏହାର ସୁଯୋଗ ନେଇ କେହି ଜଣେ ଦୁର୍ବୃତ୍ତ ଘର ଭିତରକୁ ପ୍ରବେଶ କରି କଳାକନା ବୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ହେଲେ ଏଯାଏଁ ଚୋରର ଟେର୍ ପାଇନାହିଁ ସିନାପାଲି ପୋଲିସ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଆଖପାଖ ଅଞ୍ଚଳର ଦୁର୍ବୁର୍ତ୍ତମାନେ ହିଁ ଏଭଳି ଚୋରି ଘଟଣା ଘଟାଇଥିବା ଅନୁମାନ କରିଛନ୍ତି ।
ଇଟିଭି ଭାରତ, ନୂଆପଡା