ଓଡିଶା

odisha

land scam by private companies in khordha sarua

ETV Bharat / videos

ସାରୁଅ ଜମି ହଡପ ମାମଲା, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ - ଜମି ହଡପ ଅଭିଯୋଗରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

By

Published : Apr 1, 2023, 12:59 PM IST

ଖୋର୍ଦ୍ଧା: ସାରୁଅରେ ପୁଣି ତେଜିଲା ସ୍ଥାନୀୟ ଲୋକ ଓ ଘରୋଇ ଟିଭି ଚ୍ୟାନେଲ ମଧ୍ୟରେ ବିବାଦ । କିଛି ଦିନ ଧରି ଏହି ବିବାଦ ଶାନ୍ତ ପଡିଥିବା ବେଳେ ଗତକାଲି ପୁଣି ମୁଣ୍ଡ ଟେକିଛି । ସାରୁଅ ଗ୍ରାମର କିଛି ଦଳିତ ପରିବାରଙ୍କ ଜମି ଘରୋଇ ସଂସ୍ଥା ଚଞ୍ଚକତା କରି ହଡପ କରିଥିବା ଅଭିଯୋଗ ଆଣି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । 

ଅତିରିକ୍ତ ଜିଲ୍ଲାପାଳଙ୍କୁ କରିଥିବା ଅଭିଯୋଗ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ସାରୁଅ ଅଞ୍ଚଳର ଗରିବ ଦଳିତ ଲୋକ ମାନଙ୍କ ଜମିକୁ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥା ଚଞ୍ଚକତା କରି କମ ଦାମରେ ହଡପ କରି ନେଇ ଯାଇଛି । ଜମିକୁ ରବୀନ୍ଦ୍ର ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ପ୍ରଥମେ କିଣି ପରେ ଚଞ୍ଚକତାର ସହିତ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ ନାମରେ କରାଇନେଇ ଥିବା ଅଭିଯୋଗ କରିଛନ୍ତି । ସେହିପରି ବିଭିନ୍ନ ସମୟରେ ଉକ୍ତ ଦଳିତ ଜାତିର କିଛି ଲୋକଙ୍କୁ ଭବିଷ୍ୟତରେ ଚାକିରି ଦେବୁ କହି ସେମାନଙ୍କ ଜରିଆରେ ଜମି ହଡପ କରିନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । 

ଏଭଳି ଚଞ୍ଚକତା ସମ୍ପର୍କରେ ୨୦୨୦ ମସିହାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ ଏହି ଦଳିତ ପରିବାର । ଫେରାଦକୁ ଜିଲ୍ଲାପାଳ ଗ୍ରହଣ କରି ଏଡ଼ିଏମ ଖୋର୍ଦ୍ଧାଙ୍କୁ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ । ତଦନ୍ତ ପରେ ଏଡ଼ିଏମ ଖୋର୍ଦ୍ଧା ଦେଇଥିବା ରିପୋର୍ଟର ଗୁରୁତ୍ବ ଉପଲବ୍ଧ କରି ଏହାର ତଦନ୍ତ ନିମନ୍ତେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ଦେଇଥିଲେ । ଅର୍ଥନୈତିକ ଅପରାଧ ଶାଖା ଦ୍ବାରା ତଦନ୍ତ ସମୟରେ ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ର କର୍ମଚାରୀ ମାନଙ୍କୁ ଜେରା କରିଥିଲେ । ପରେ ନିର୍ଦେଶକ ମନୋରଞ୍ଜନ ଷଡଙ୍ଗୀ ଓ ଏଜେଣ୍ଡ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରି ଜେଲ ପଠାଇଥିଲେ । 

ତେବେ ଅଭିଯୋଗକାରୀ ମାନେ ଗରିବ ଏବଂ ଦଳିତ ବର୍ଗର ହୋଇଥିବାରୁ ଜମି ହରାଇ ଏବେ ନିଶ୍ୱ ହୋଇଥିବା କହିଛନ୍ତି । ଦୀର୍ଘ ଦିନ ହେଲା ଅଭିଯୋଗ କରିବା ସତ୍ତ୍ବେ ଆମ ଜମି ଫେରସ୍ତ ପାଇନାହୁଁ । ତେଣୁ ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ ଦ୍ବାରା ଗରିବ ଦଳିତ ମାନଙ୍କର ହଡପ ଜମିକୁ ତୁରନ୍ତ ଫେରସ୍ତ କରାଇବାକୁ ଦାବି କରିଛନ୍ତି । ନଚେତ ଆଗାମି ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଘଟଣା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ।
 

ଇଟିଭି ଭାରତ ଖୋର୍ଦ୍ଧା

ABOUT THE AUTHOR

...view details