10 କୋଟି ଟଙ୍କାର ଘୋଟାଲା ! ମତ୍ସ୍ୟଜୀବୀଙ୍କ ଅଜାଣତରେ ଋଣ ହୋଇଥିବା ଅଭିଯୋଗ - ମତ୍ସଜୀବୀଙ୍କୁ ଋଣ ଦେବାରେ ଦୁର୍ନୀତି
ପୁରୀ:ଋଣ ଦେବା ନାମରେ କୋଟି କୋଟି ଟଙ୍କା ଘୋଟାଲା ଅଭିଯୋଗ । ମତ୍ସ୍ୟଜୀବୀଙ୍କଙ୍କୁ ଋଣ ଯୋଗାଇ ଦେବା ନାମରେ କୋଟି କୋଟି ଟଙ୍କାର ଘୋଟାଲା ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି ମତ୍ସ୍ୟଜୀବୀ । ମତ୍ସ୍ୟଜୀବୀଙ୍କୁ ଇଞ୍ଜିନ, ଜାଲ, ଡଙ୍ଗା ଯୋଗାଇ ଦେବା ପାଇଁ ଆସିଥିବା ଋଣରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ମତ୍ସ୍ୟ ବିଭାଗର କିଛି କର୍ମଚାରୀ, ବ୍ୟାଙ୍କ କର୍ମଚାରୀ ଏବଂ କେପି କନଷ୍ଟ୍ରକ୍ସନ ଓ ସାରିନ ଏଣ୍ଟର ପ୍ରାଇଜର୍ସ ନାମକ ଦୁଇ ଘରୋଇ ସଂସ୍ଥା ବିରୋଧରେ ଏଭଳି ଅଭିଯୋଗ ଆଣିଛି ସାଗରପୁତ୍ର ମତ୍ସ୍ୟଜୀବୀ ସୋସାଇଟି । ପ୍ରାୟ 900 ମତ୍ସ୍ୟଜୀବୀଙ୍କ ନାମରେ ଘୋଟାଲା ହୋଇଥିବା ଅଭିଯୋଗ କରିଛି ସୋସାଇଟି ।
ଏହା ମଧ୍ୟ ପଢନ୍ତୁ: Malkangiri Bandh: ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ, ଜୀବନଯାତ୍ରା ପ୍ରଭାବିତ
ଘଟଣାର ଭିଜିଲାନ୍ସ ତଦନ୍ତ ଦାବିରେ ପୁରୀ ଭିଜିଲାନ୍ସ ଅଫିସ ଆଗରେ ମତ୍ସ୍ୟଜୀବୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତ 2013 ମସିହାରୁ ପୁରୀ ଜିଲ୍ଲାର ମତ୍ସ୍ୟଜୀବୀଙ୍କ ନାଁରେ ଋଣ କରାଯାଇ ପ୍ରାୟ 10 କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଜାଲିଆତି ହୋଇଥିବା ଅଭଯୋଗ ହୋଇଛି । ମତ୍ସ୍ୟଜୀବୀ ଜାଣି ନାହାନ୍ତି ସେମାନଙ୍କ ନାମରେ ଋଣ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସାଗର ପୁତ୍ର ମତ୍ସ୍ୟଜୀବୀ ସୋସାଇଟି ଓ ଜଗନ୍ନାଥ ସେନା ମିଳିତ ଭାବରେ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟରେ ଘୋଟାଲ କରିଥିବା ସଂସ୍ଥା ନାଁରେ ବିରୋଧ ପ୍ରଦର୍ଶନ କରିଛନ୍ତି ।
ଇଟିିଭି ଭାରତ, ଭୁବନେଶ୍ବର