ଓଡିଶା

odisha

5t school construction

ETV Bharat / videos

ପବନରେ ଉଡ଼ିଗଲା 5T ସ୍କୁଲର ଆଜବେଷ୍ଟସ, ନିମ୍ନମାନର କାର୍ଯ୍ୟ ଅଭିଯୋଗ - ନିମ୍ନ ମାନର ନିର୍ମାଣ କାର୍ଯ୍ୟ

By

Published : May 16, 2023, 4:46 PM IST

ରାଇରଙ୍ଗପୁର:  5T ଯୋଜନାରେ ସ୍କୁଲ ଗୁଡିକୁ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ  ସ୍କୁଲ ଗୁଡିକର ନିର୍ମାଣ କାର୍ଯ୍ୟ କିଭଳି ନିମ୍ନମାନର ହୋଇଛି ତାହା ବାସ୍ତବିକ ଚିତ୍ର ଦେଖିଲେ ସହଜେ ଅନୁମେୟ । ଝଟକାଏ ପବନରେ ଉଡ଼ି ଯାଉଛି ସ୍କୁଲର ଆଜବେଷ୍ଟସ, ଯାହା 5T ର ମାନକୁ ପ୍ରମାଣିତ କରୁଛି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ମୁରୁଣିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ। ଗତକାଲି ଅପରାହ୍ନ ସମୟରେ ହଠାତ କାଳବୈଶାଖୀ ଜନିତ ପବନ ଘଡଘଡି ବିଜୁଳି ସହିତ ବର୍ଷା ମଧ୍ୟ ହୋଇଥିଲା।  କାଳବୈଶାଖୀ ଜନିତ ପବନ ବେଗରେ ଉଜୁଡି ଯାଇଛି ସ୍କୁଲ ଘରର ଆଜବେଷ୍ଟସ।  

ତେବେ ୧୯୯୨ ମସିହାରେ ଆରମ୍ଭ ହୋଇଥିବା ଏହି ସ୍କୁଲରେ ଅଷ୍ଟମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୫୨ ପିଲା ପାଠ ପଢୁଛନ୍ତି। 2022 ମସିହାରେ ଦ୍ବିତୀୟ ପର୍ଯ୍ୟାୟରେ 5T ଯୋଜନାରେ ଅନ୍ତର୍ଭୁକ୍ତ କରି ୬୦ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇ ସ୍କୁଲର ଉନ୍ନତିକରଣ କରାଯାଇଥିଲା। କାର୍ଯ୍ୟର ତଦାରଖ ଦାୟିତ୍ଵରେ ଜନୈକ ଯନ୍ତ୍ରୀ ରହିଥିବା ବେଳେ କାର୍ଯ୍ୟ ସରିବାର ୬ମାସ ନ ଯାଉଣୁ ସାମାନ୍ୟ ପବନରେ ଉଡ଼ି ଯାଇଛି ସ୍କୁଲ ଛାତ ଆଜବେଷ୍ଟସ । ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଓ ସ୍କୁଲର ମେନେଜିଙ୍ଗ କମିଟି ପୂର୍ବରୁ ବିଡ଼ିଓଙ୍କୁ ନିମ୍ନମାନର କାମକୁ ନେଇ ଅଭିଯୋଗ କରିଥିଲେ । ହେଲେ ସେତେବେଳେ କାର୍ଯ୍ୟରତ ଥିବା ବିଡ଼ିଓ ଏଥିପ୍ରତି କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି। କିନ୍ତୁ ଖବର ପାଇ ବର୍ତ୍ତମାନର ବିଡ଼ିଓ ଗୀତା ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ କରି ଖୁବଶୀଘ୍ର ସମାଧାନ କରିବେ ବୋଲି କହିଛନ୍ତି।
 

ଇଟିଭି ଭାରତ, ରାଇରଙ୍ଗପୁର  

ABOUT THE AUTHOR

...view details