ଶୁଭମୟ ହେବ ଦିନ, ପ୍ରଭାତରୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ - ପ୍ରଭାତରୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ
କେନ୍ଦୁଝର: କରୁଣାମୟୀ ସେ ମାଆ ତାରିଣୀ । ଭକ୍ତର ମାଆ ତାରିଣୀ ମାଆ । ତାରିଣୀଙ୍କ ମହିମା ଅପାର । ତାଙ୍କୁ ଶରଣ କଲେ ସବୁ ଦୁଃଖ ଦୂର ହୁଏ । ଭକ୍ତର ମନବାଞ୍ଛା ପୂରଣ କରନ୍ତି ମାଆ । କାହିଁ କେତେ ଦୂରରୁ ମାଆକୁ ଦେଖା କରିବାକୁ ଭକ୍ତଟିଏ ଚାଲିଆସେ ଘଟଗାଁ ପୀଠକୁ । ପ୍ରତିଦିନ ସକାଳୁ ମାଆଙ୍କ ଆଳତୀ ଦର୍ଶନ କଲେ ଦିନ ଶୁଭମୟ ହୋଇଥାଏ । ଆଜି ସକାଳୁ ସକାଳୁ ମାଆଙ୍କର ମଙ୍ଗଳ ଆଳତୀ ହୋଇଯାଇଛି । ଘାଟଗାଁ ପୀଠରେ ପ୍ରଭାତରୁ ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କର ଦିବ୍ୟ ଆଳତୀ କରାଯାଏ । ମନ୍ଦିର ପୂଜକ ଓ ସେବାୟତ ମାଆଙ୍କ ଆଳତୀ କରିଥାନ୍ତି । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳ ହୁଳି, ହରିବୋଲ ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଥାଏ ମନ୍ଦିର ପରିସର । ଫଳରେ ମନ୍ଦିରରେ ଏକ ଆତ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । କେନ୍ଦୁଝର ଜିଲ୍ଲା ଘଟଗାଁରେ ଥିବା ତାରିଣୀ ପୀଠ ଓଡ଼ିଶାର ଏକ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର । 1480 ମସିହାରେ ପୁରୀର ତତ୍କାଳୀନ ଗଜପତିଙ୍କ ଆଦେଶକ୍ରମେ ମାଆ ତାରିଣୀଙ୍କ ନୂଆ ମନ୍ଦିର ଘଟଗାଁରେ ସ୍ଥାପନ କରାଯାଇଥିଲା ।
ଇଟିଭି ଭାରତ, କେନ୍ଦୁଝର