ମଙ୍ଗଳମୟ ହେବ ଦିନ, ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଆଳତୀ
କେନ୍ଦୁଝର: ସିନ୍ଦୁରା ମୁହିଁ ସେ କରୁଣାମୟୀ ମାଆ ତାରିଣୀ... ଘଟଗାଁ ରାଣୀ ଦୁଃଖ ହାରିଣୀ । ଭକ୍ତର ମାଆ । ମାଆ ତାରିଣୀଙ୍କ ମହିମା ଅପାର । ତାଙ୍କ ଶରଣରେ ସବୁ ଦୁଃଖ ଦୂର ହୁଏ । କାହିଁ କେତେ ଦୂରରୁ ଭକ୍ତଟିଏ ଚାଲିଆସେ ମାଆ ପାଖକୁ । ମାଆଙ୍କ ଆଳତୀ ଦର୍ଶନ କଲେ ଦିନ ଶୁଭମୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ସକାଳୁ ସକାଳୁ ମାଆଙ୍କ ଦିବ୍ୟ ଆଳତୀ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ ଜମିଥାଏ । ପ୍ରତିଦିନ ପରି ଆଜି ମଧ୍ୟ ମାଆଙ୍କ ଆଳତୀ ହୋଇଛି ।
କେନ୍ଦୁଝର ଜିଲ୍ଲା ପ୍ରସିଦ୍ଧ ଘଟଗାଁ ପୀଠରେ ପ୍ରତିଦିନ ପ୍ରଭାତରୁ ଅଧିଷ୍ଠାତ୍ରୀ ମାଆ ତାରିଣୀଙ୍କର ଦିବ୍ୟ ଆଳତୀ କରାଯାଏ । ପ୍ରଭାତରୁ ମନ୍ଦିର ପୂଜକ ଓ ସେବାୟତ ମାଆଙ୍କ ଦିବ୍ୟ ଆଳତୀ କରଥାନ୍ତି । ନାଲି ସିନ୍ଦୁର ଓ ମନ୍ଦାରରେ ଝଟକୁଛନ୍ତି ମାଆ । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳି, ହରିବୋଲ ଓ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇ ଉଠୁଛି ପୁରା ପରିବେଶ । ପ୍ରଭାତରୁ ମାଆଙ୍କ ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି ।