ଓଡିଶା

odisha

ଆମେ ସତ କହିବା ଜାରି ରଖିବୁ, ଗଣତନ୍ତ୍ରର ରକ୍ଷା ପାଇଁ ଜେଲ ଯିବାକୁ ପ୍ରସ୍ତୁତ: ଖଡ୍‌ଗେ

By

Published : Mar 24, 2023, 4:26 PM IST

ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ନେଇ କଂଗ୍ରେସ ସଭାପତିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: 'ମୋଦି' ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଅଭିଯୋଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହେବାର ୨୪ ଘଣ୍ଟା ମଧ୍ୟରେ ତାଙ୍କ ସାଂସଦ ପଦ ରଦ୍ଦ ହୋଇଛି । ଏହାକୁ ନେଇ ରାଜନୀତି ଘନେଇବାରେ ଲାଗିଛି । ଘଟଣାକୁ ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ସମେତ ବିଭିନ୍ନ ପ୍ରଦେଶ କଂଗ୍ରେସ ମୁଖିଆ ମାନେ ଦୃଢ଼ ନିନ୍ଦା କରିଛନ୍ତି ।

ଏନେଇ ପ୍ରତିକ୍ରିୟାରେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ କହିଛନ୍ତି, "ସେମାନେ (BJP) ରାହୁଲ ଗାନ୍ଧିଙ୍କ ପଦ ରଦ୍ଦ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଛନ୍ତି । ଯେଉଁମାନେ ସତ କୁହନ୍ତି, ସେମାନଙ୍କୁ ରଖିବା ପାଇଁ ସେମାନେ ଚାହାନ୍ତି ନାହିଁ । କିନ୍ତୁ ଆମେ ସତ କହିବା ଜାରି ରଖିବୁ । ଜେପିସି ଦାବି କରିବା ଜାରି ରଖିବୁ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେ ଜେଲ ଯିବାକୁ ମଧ୍ୟ ପ୍ରସ୍ତୁତ ଅଛୁ ।"

ସେହିଭଳି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ କହିଛନ୍ତି, "ଯେଉଁଭଳି ରାହୁଲ ଗାନ୍ଧିଙ୍କ ସାଂସଦ ପଦକୁ ରଦ୍ଦ କରାଗଲା, ତାହାକୁ ଆମେ ନିନ୍ଦା କରୁଛୁ । ସୁରଟ କୋର୍ଟଙ୍କ ଶୁଣାଣିକୁ ନେଇ ମୋଦି ସରକାରଙ୍କ ଚାପରେ ଲୋକସଭାରୁ ତାଙ୍କ ପଦକୁ ରଦ୍ଦ କରାଯାଇଛି । ଯଦି ତାହାକୁ 'ଚୋର' କହିଲେ ଏଭଳି ପଦକ୍ଷେପ ନିଆଯାଏ, ତେବେ ସେମାନଙ୍କୁ ଆମେ 'ଡାକୁ' କହିବୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details