ଓଡିଶା

odisha

ETV Bharat / videos

ଏଚ୍ଆଇଭି ସଂକ୍ରମିତ ପରେ ଭୟ କରିନାହାଁନ୍ତି ବରଂ ସଂକ୍ରମଣ ରୋକିବା ପାଇଁ ଜାରି ରଖିଛନ୍ତି ସଂଘର୍ଷ

By

Published : Dec 1, 2022, 11:10 PM IST

Updated : Feb 3, 2023, 8:34 PM IST

ବ୍ରହ୍ମପୁର : ଯେତେବେଳେ ନିଜର ରକ୍ତ ପରୀକ୍ଷା କରିବା ପରେ ଏଚ୍ଆଇଭି ସଂକ୍ରମିତ ବୋଲି ଜାଣିପାରିଥିଲେ ସେତେବେଳେ ସେମାନେ ନିଜ ପରିବାର ଠାରୁ ପାଇଥିଲେ ସାହାସର ପ୍ରତିଶ୍ରୁତି । ଆଉ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ମନରେ ଭୟ ନାହିଁ । କି କାହାର କଥାରେ ପଛଘୁଞ୍ଚା କରିନାହାଁନ୍ତି । ବରଂ ଅଧିକ ମାତ୍ରାରେ ଜାରି ରଖିଛନ୍ତି ରାଜ୍ଯ ବାହାରକୁ ଯାଉଥିବା ପ୍ରବାସୀ ଓଡିଆଙ୍କୁ ସଚେତନତା ସହିତ ସଂକ୍ରମଣ ରୋକିବା ପାଇଁ ନେଉଛନ୍ତି ଅନେକ ପଦକ୍ଷେପ । ଏଚ୍ଆଇଭି ସଙ୍କ୍ରମିତ ବ୍ୟକ୍ତି ବିଶେଷଙ୍କୁ ଯେପରି ଅଧିକ ମାତ୍ରାରେ ରକ୍ତ ପରୀକ୍ଷା କରାଇବା ଠାରୁ ଆରମ୍ଭ କରି ଗର୍ଭସ୍ଥ ମହିଳାଙ୍କ ଠାରୁ ଜନ୍ମିତ ଶିଶୁ ସଂକ୍ରମିତ ନହେବେ ସେ ନେଇ ଜାରି ରଖିଛନ୍ତି ଉଦ୍ୟମ । ଗଞ୍ଜାମ ଜିଲ୍ଲାର ଏଭଳି ଜଣେ ମହିଳାଙ୍କ ସମେତ ଜଣେ ଯୁବକ କିପରି ଏଚ୍ଆଇଭିରେ ଆକ୍ରାନ୍ତ ହେବା ପରେ ନିଜର ଉଦ୍ୟମ ଜାରି ରଖିଛନ୍ତି ସେନେଇ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ।
Last Updated : Feb 3, 2023, 8:34 PM IST

ABOUT THE AUTHOR

...view details