ଓଡିଶା

odisha

କେନ୍ଦୁଝରରେ ଫାତିମା ସାନା ଶେଖ୍

Watch: କେନ୍ଦୁଝରରେ ଦଙ୍ଗଲ ଗାର୍ଲ ଫାତିମା ସାନା ଶେଖ୍

By ETV Bharat Odisha Team

Published : Nov 9, 2023, 10:33 PM IST

Published : Nov 9, 2023, 10:33 PM IST

କେନ୍ଦୁଝର: କେନ୍ଦୁଝରରେ ଦଙ୍ଗଲ ଗାର୍ଲ ଫାତିମା ସାନା ଶେଖ । କେନ୍ଦୁଝର ସହର ଲାବଣ୍ୟ ଛକ ସ୍ଥିତ ଏକ ସୋ’ରୁମ ଉଦ୍‌ଘାଟନ ଉତ୍ସବରେ ସେ ଅତିଥି ଭାବେ ଯୋଗ ଦେଇଛନ୍ତି । ସେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିବାବେଳେ କେନ୍ଦୁଝର ଜିଲ୍ଲାକୁ ଆସି ବେଶ ଖୁସି ଅନୁଭବ କରିଥିବା କହିଛନ୍ତି । ଏହାସହ ଆଗାମୀ ଦିନରେ ତାଙ୍କର ଆସୁଥିବା ଫିଲ୍ମ 'ଶେଖ ବାହାଦୁର' ଦେଖିବା ପାଇଁ କେନ୍ଦୁଝରବାସୀଙ୍କୁ ଅନୁରୋଧ କରିଛନ୍ତି । 

ଏହା ବି ପଢନ୍ତୁ...ଯାଜପୁରରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ଅଭିନେତ୍ରୀଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କ ଭିଡ଼

କେନ୍ଦୁଝରଗଡ଼ ଉପନଗରପାଳ ବରଦା ପ୍ରସନ୍ନ ଦାସ ମଧ୍ୟ ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ଏହି ଅବସରରେ ମେଲୋଡି ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ଫାତିମା ସାନା ଶେଖଙ୍କୁ ଦେଖିବାକୁ ସହରବାସୀଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଫ୍ୟାନ୍ସମାନେ ଫାତିମାଙ୍କୁ ଦେଖିବାକୁୁ ଭିଡ ଜମାଇଥିଲେ । ସେପଟେ ଫାତିମା ମଧ୍ୟ ପ୍ରଥମ ଥର ପାଇଁ ଓଡ଼ିଶା ଆସି ଖୁସି ଅନୁଭବ କରିଥିବା କହିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର
 

ABOUT THE AUTHOR

...view details