ଓଡିଶା

odisha

ଓଡ଼ିଶାର ସ୍ଥିତିକୁ ନେଇ ଏବିଭିପିର ବିକ୍ଷୋଭ

ETV Bharat / videos

ବାଲେଶ୍ବରରେ ABVPର ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

By

Published : Apr 27, 2023, 8:03 PM IST

ବାଲେଶ୍ବର:ଓଡ଼ିଶାର ବିପର୍ଯ୍ୟସ୍ତ ଶିକ୍ଷା, ସୁରକ୍ଷା ଓ ଆଇନ ଶୃଙ୍ଖଳା ଅବ୍ୟବସ୍ଥାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି ।  ଏହି ବିକ୍ଷୋଭ ପ୍ରଦର୍ଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ିଲାଣି ଓ ଶିକ୍ଷା ବ୍ୟବସ୍ଥାରେ ବି ବିଭିନ୍ନ ବ୍ୟତିକ୍ରମ ଦେଖା ଦେଲାଣି । OSSC ପରୀକ୍ଷାରେ ପ୍ରଶ୍ନପତ୍ର ମୁଦ୍ରଣ ତ୍ରୁଟି ଏବଂ ପରୀକ୍ଷା ବାତିଲ , ମାଟ୍ରିକ୍ ପରୀକ୍ଷାରେ ୧୫୦୦୦ ରୁ ଉର୍ଦ୍ଧ୍ବ ପିଲା ପରୀକ୍ଷା ନ ଦେବା, ରାଜ୍ୟରେ ମାଳମାଳ ଅଧ୍ୟାପକ ପଦବୀ ଖାଲି ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ସ୍ଥିତିକୁ ଦର୍ଶାଉଛି। ସେହିପରି ବିଜେବି କଲେଜ, ମହର୍ଷି କଲେଜ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟର ବିଭିନ୍ନ କ୍ୟାମ୍ପସ ପରିସରରେ ଅଣଛାତ୍ରଙ୍କ ପ୍ରବେଶ ଏବଂ ଶିକ୍ଷା ପରିସରକୁ ଅଶାନ୍ତ କରିବା ସରକାରଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ଗୃହ ବିଭାଗର ସୁରକ୍ଷା ବଳୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହିଳା ଅସଦାଚରଣ ଭଳି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଏହାସହ ଓଡ଼ିଶାରେ ଖାଲି ପଡିଥିବା ଅଧ୍ୟାପକ ପଦବୀକୁ ତୁରନ୍ତ ପୂରଣ କରାଯିବା ନେଇ ଦାବି ହୋଇଛି ।  

ତେବେ ତୁରନ୍ତ ଯଦି ମୁଖ୍ୟମନ୍ତ୍ରୀ ଏହି ସବୁ ସମସ୍ୟାର ସମାଧାନ ନକରନ୍ତି ତାହାଲେ ଇସ୍ତଫା ଦେବାକୁ ଦାବି ହୋଇଛି । ଏହା ନହେଲେ ଏବିଭିପି ଏହି ସବୁ ବିଷୟର ଜବାବ ମାଗିବାକୁ ନବୀନ ନିବାସ ପର୍ଯ୍ୟନ୍ତ ଯିବାକୁ ଚେତାବନୀ ଦେଇଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ABVP ରାଜ୍ୟ କାର୍ଯ୍ୟକାରିଣ ସଦସ୍ୟ ସତ୍ୟବ୍ରତ ମାଝୀ, ନଗର୍ ସହ ସମ୍ପାଦକ ଇପ୍ସିତ ରଥ, ସ୍ଵାତି ଦେ, ପୂର୍ଣିମା ପୂର୍ଣ୍ଣଶସି, ସବ୍ୟସାଚୀ ମଲ୍ଲିକ, ଶ୍ରିତିଶ୍ରୀ ଦେ, ଭବେଶ୍ କୁମାର ତରାଇ, ସାଗର ଦାସ, ସଞ୍ଜୟ ଶିଅଳ, ବିଜୟ ଶିଆଳ ପ୍ରମୁଖ ସାମିଲ ହୋଇଥିଲେ ।

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

...view details