ଓଡିଶା

odisha

Ratapani Wildlife Sanctuary

ETV Bharat / videos

ମହାଦେବଙ୍କ ଦୁର୍ଲଭ ମନ୍ଦିର, ନର୍ମଦା କରୁଛି ଜଳାଭିଷେକ

By

Published : Feb 22, 2023, 9:54 PM IST

ଭୋପାଲ: ମଧ୍ୟପ୍ରଦେଶରତାପାନି ବନ୍ୟପ୍ରାଣୀ ଅଭୟାରଣ୍ୟର ଘନ  ଜଙ୍ଗଲରେ ଏକ ବିଚିତ୍ର ଶିବ ମନ୍ଦିର ରହିଛି।  ଯେଉଁଠାରେ ନର୍ମଦା ନଦୀର ଜଳଦ୍ବାରା ଶିବଲିଙ୍ଗର ଜଳାଭିଷେକ ହୋଇଥାଏ । ଶିବଲିଙ୍ଗର ଠିକ ଉପରେ ଥିବା ଏକ ଗଛର ମୂଳରୁ  ନର୍ମଦା ଜଳ ପ୍ରବାହିତ ହୋଇ ଶିବ ଲିଙ୍ଗ ଉପରେ ପଡୁଛି । ତେବେ ଏହି କେରି ମହାଦେବ ମନ୍ଦିର ଜଣେ ସାଧୁ ମହାତ୍ମା ଧର୍ମଗିରି ଦାସଙ୍କ ଦ୍ବାରା ଆବିଷ୍କୃତ ହୋଇଥିଲା ।

ଏହା ରତାପାନି ବନ୍ୟପ୍ରାଣୀ ଅଭୟାରଣ୍ୟର ପାହାଡରେ ଅବସ୍ଥିତ ହୋଇଥିବା ବେଳେ ବୃକ୍ଷ୍ୟ ଦେଇ ପ୍ରବାହିତ ହେଉଥିବା ଜଳଧାରାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥାଏ। ସେହିପରି ଏହି ମନ୍ଦିର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବାରୁ ସରକାର ବିନା ଅନୁମତିରେ ଭକ୍ତଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥିସହ ଏଠାରେ କୌଣସି ଯାନବାହାନକୁ ଅନୁମତି ଦିଆଯାଇନଥାଏ ଏବଂ ମନ୍ଦିରରେ ପହଞ୍ଚିବା ପାଇଁ ଲୋକଙ୍କୁ ପ୍ରାୟ 4.5 କିଲୋମିଟର ଚାଲିକି  ଆସିବାକୁ ପଡିବ।  

ତେବେ ଏନେଇ ମନ୍ଦିରର ପୁରୋହିତ ହରିଗିରି ଦାସ କହିଛନ୍ତି, "କେରି ମହାଦେବ ଏକ ପୁରାତନ ମନ୍ଦିର ଏବଂ ଏହା ପ୍ରାୟ 300 ବର୍ଷ ପୂର୍ବେ ମହନ୍ତ ଧର୍ମଗିରି ଦାସଙ୍କ ଦ୍ବାରା ଆବିଷ୍କୃତ ହୋଇଥିଲା। ଏଥିସହ ବିଶ୍ବାସ ରହିଛି ଯେ ବର୍ଷସାରା ଗଛର ମୂଳ ଦେଇ ପ୍ରବାହିତ ହେଉଥିବା ଜଳସ୍ରୋତ ନର୍ମଦା ନଦୀରୁ ଆସିଥାଏ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଗତ 30 ବର୍ଷ ଧରି ଏହି ମନ୍ଦିରର ଯତ୍ନ ନେଇଆସୁଛି। ମୋ ପୂର୍ବରୁ ମହନ୍ତ ରାମଗିରି ଦାସ ଏହି ମନ୍ଦିରର ଯତ୍ନ ନେଉଥିଲେ ଏବଂ ତାଙ୍କ ଆଗରୁ ଧର୍ମଗିରି ଦାସ ମନ୍ଦିରର ଯତ୍ନ ନେଉଥିଲେ । ଧର୍ମଗିରି ଦାସ ଏହି ସ୍ଥାନକୁ ନିଜ ସ୍ବପ୍ନରେ ଦେଖିଥିଲେ । ଏହାପରେ  ଯେତେବେଳେ ସେ ଏଠାକୁ ଆସିଥିଲେ ଦେଖିବାକୁ ପାଇଥିଲେ ଯେ ଶିବଲିଙ୍ଗ ଉପରେ ଗଛର ମୂଳରୁ ଜଳ ପଡଛି ଯେପରି ଜଳାଭିଷେକ ହେଉଛି । ଏହି ମନ୍ଦିର ନିକଟରେ କୌଣସି ବନ୍ଧ ନାହିଁ। ହେଲେ ଏଠାରେ ଲୋକଙ୍କ ବିଶ୍ବାସ ରହିଛି ଯେ ଏହି ଜଳ ନର୍ମଦା ନଦୀର ।  

ଏହି ମନ୍ଦିର ନିକଟରେ ଥିବା ଜଙ୍ଗଲରେ ପ୍ରଚୁର ପରିମାଣର କଦଳୀ ଏବଂ ଆମ୍ବ ଗଛ ଅଛି। ବିଶ୍ବାସ କରାଯାଏ ଯେ ଯେଉଁମାନେ ଏହି ଫଳରୁ ପ୍ରସ୍ତୁତ ପ୍ରସାଦ ଖାଇଥାନ୍ତି ସେମାନଙ୍କ ମନସ୍କାମନା ପୂରଣ ହୋଇଥାଏ । ପ୍ରତିବର୍ଷ ଶିବରାତ୍ରି ଏବଂ ଭୁତ୍ରି ଅମାବାସ୍ୟାରେ କେବଳ ମଲଖର ଏବଂ ଜାଭ୍ରା ଲୋକଙ୍କୁ ମନ୍ଦିର ପରିଦର୍ଶନ କରିବା ପାଇଁ ଏକ ପାସ୍ ଯୋଗାଇ ଦିଆଯାଏ । ପୂର୍ବରୁ ଲୋକମାନେ ନିୟମିତ ଭାବରେ ଏହି ମନ୍ଦିର ପରିଦର୍ଶନ କରୁଥିଲେ, କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ନୁହେଁ ବୋଲି ହରିଗିରି ଦାସ କହିଛନ୍ତି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details