ଓଡିଶା

odisha

ETV Bharat / videos

ଶୁଣୁନି ପ୍ରଶାସନ, ମହାପୁରୁଷଙ୍କ ପାଇଁ ଦିନଟିଏ ସମର୍ପଣ କଲା ସାମାଜିକ ଅନୁଷ୍ଠାନ - ମହାପୁରୁଷଙ୍କ ପାଇଁ ଦିନଟିଏ

🎬 Watch Now: Feature Video

ମହାପୁରୁଷଙ୍କ ପାଇଁ ଦିନଟିଏ ସମର୍ପଣ କଲା ସାମାଜିକ ଅନୁଷ୍ଠାନ

By

Published : Jul 4, 2023, 6:42 AM IST

ବାଲେଶ୍ବର: ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ସଫେଇ କରିବା ପାଇଁ ସତେ ଯେମିତି ପ୍ରଶାସନର ନିଘା ନାହିଁ । କେଉଁଠି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତଳେ ଘାସ ବଣ ହୋଇଗଲାଣି ତ କେଉଁଠି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଧୂଳିଧୂସର ହୋଇ ଚିହ୍ନିବାରେ କଷ୍ଟ ହେଉଛି । ଏମିତି ପରିସ୍ଥିତି ଭିତରେ ପ୍ରଶାସନ ଚୁପ ହୋଇ ବସିଥିବା ବେଳେ ମହାପୁରୁଷଙ୍କ ପ୍ରତି ଏହାକୁ ଅବମାନନା ଭାବେ ଗ୍ରହଣ କରାଯାଉଛି । ମାତ୍ର ଏହାରି ଭିତରେ ମହାପୁରୁଷଙ୍କ ପାଇଁ ସପ୍ତାହରେ ଦିନଟିଏ ଶ୍ରମଦାନ କରିବା ପାଇଁ ନିଷ୍ପତ୍ତି ନେଇ ପ୍ରତି ରବିବାର ସହରର ବିଭିନ୍ନ ସ୍ଥାନରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫା କରିବା କାର୍ଯ୍ୟ କରୁଛନ୍ତି ବାଲେଶ୍ଵରର ସାମାଜିକ ଅନୁଷ୍ଠାନ ହେଲ୍‌ପିଙ୍ଗ୍‌ ସୋସାଇଟିର ସଦସ୍ୟ ।

ଏଥିପାଇଁ ସପ୍ତାହର ପ୍ରତି ରବିବାର ମହାପୁରୁଷଙ୍କୁ ସମର୍ପିତ କରି କାର୍ଯ୍ୟରେ ଲାଗିପଡ଼ିଛନ୍ତି ସୋସାଇଟିର ସଦସ୍ୟମାନେ । ହେଲ୍‌ପିଂ ସୋସାଇଟି ପକ୍ଷରୁ ୧୮ ଜୁନ୍ ରବିବାର ମହାପୁରୁଷ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସହରର ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ସଫେଇ କରାଯାଇ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବାଲେଶ୍ବର ସହରର ସିନେମା ଛକ, ଫାଣ୍ଡି ଛକ, ଫକୀରମୋହନ ଗୋଲେଇ ଛକ, ଷ୍ଟେସନ ଛକ, ପୋଲିସ ଲାଇନ ଛକ, ଡିଆଇସି ଛକରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିକୁ ସପ୍ତାହର ପ୍ରତ୍ୟେକ ରବିବାର ଦିନ ସକାଳ ୬ଟାରୁ ୧୦ଟା ଯାଏଁ ସଫେଇ କାର୍ଯ୍ୟକ୍ରମ କରାଯାଉଛି । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲ ସଂଗଠନର ସଭାପତି ହୃତିକ ନାୟକ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ବିତୀୟ ସପ୍ତାହ ୨୫ ତାରିଖ ରବିବାର ଦିନ କରାଯାଇଛି । ଏହି କାର୍ଯ୍ୟ ବାଲେଶ୍ଵର ଜିଲ୍ଲା ପ୍ରଶାସନ ତଥା ପୌରପାଳିକା କରିବା କଥା, ମାତ୍ର ପ୍ରଶାସନ ନିଜ ଦାୟିତ୍ଵ ଭୁଲି ଯାଇଥିବାରୁ ଯୁବଗୋଷ୍ଠୀମାନେ ନିଜ ହାତକୁ ଏଭଳି କାର୍ଯ୍ୟକ୍ରମ ନେଇଛନ୍ତି । ଏନେଇ ସଂଗଠନ ପକ୍ଷରୁ ସମସ୍ତଙ୍କୁ ସୁନ୍ଦର ବାଲେଶ୍ବର ଗଢ଼ିବା ପାଇଁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିବେଦନ ମଧ୍ୟ କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details