ଓଡିଶା

odisha

ମରିଗଲା ମଣିଷ ପଣିଆ, ଚୋରି ଅଭିଯୋଗରେ ଗଛରେ ବାନ୍ଧି ନାବାଳକକୁ ନିସ୍ତୁକ ପଟିଲେ

By

Published : Jul 11, 2023, 10:55 PM IST

ମାନବିକତା ହରାଇଲା ମଣିଷ

ନିଆଳି: ମାନବିକତା ହରାଇଲା ମଣିଷ । ଚୋରି କରିଥିବା ଅଭିଯୋଗରେ ନାବାଳକକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ । ଡେଇଁଗଲେ ବର୍ବରତାର ସୀମା । ଶରୀରର ସମ୍ବେଦନଶୀଳ ସ୍ଥାନକୁ ବି ଛାଡିଲେ ନାହିଁ । ପଶୁଭଳି ପିଟିଲେ ନୃଶଂସ ମଣିଷ । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ନିର୍ଯ୍ୟାତନା ଦେବା ଭିଡିଓ  ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଖେଲାର ଅଞ୍ଚଳର ଦୁଇଦିନ ତଳର ହୋଇଥିବା ସୂଚନା ମିଳିଛି ।

ଖେଲାର ବଜାରରୁ ଏହି ପିଲାଟି ମୋବାଇଲ ଚୋରି କରିଥିବା ଅଭିଯୋଗ ପରେ ସ୍ଥାନୀୟ ଲୋକେ ବର୍ବରଚିତ ଭାବେ ତାକୁ ମାରିବାକୁ ଲାଗିଥିଲେ । ଏହି ଘଟଣା ଘଟୁଥିବା ସମୟରେ ସମସ୍ତେ ନିରବଦ୍ରଷ୍ଟା ସାଜି ଏପରି ନୃଶଂସ କାର୍ଯ୍ଯକଳାପକୁ ଦେଖିୁଥିଲେ ମଧ୍ୟ ପ୍ରତିବାଦ କରୁନାହାନ୍ତି ।  ସ୍ଥାନୀୟ ଲୋକେ ଆଇନର ଆଶ୍ରୟ ନେବା ବଦଳରେ ଆଇନ କାନୁନକୁ ମୋଡି ମକଚି ନିଜେ ଦଣ୍ଡବିଧାନ କରୁଥିବା ଏହି ଭିଡିଓରୁ ଦେଖିବାକୁ ମିଳିଛି । ମୋବାଇଲ ଚୋରି କରିଥିବା ନାବାଳକର ପରାଚୟ ଜଣାପଡି ନଥିବା ବେଳେ ପୋଲିସ ପାଖରେ ଏସମ୍ପର୍କରେ କିଛି ତଥ୍ୟ ନଥିବା ପୋଲିସ ସୂଚନା ଦେଇଛି ।  

ଏହା ବି ପଢ଼ନ୍ତୁ: ରାଜଧାନୀରେ ତାଲିବାନୀ ନିର୍ଯାତନା, ଯୁବକଙ୍କୁ ଉଲଗ୍ନ କରି ନିସ୍ତୁକ ମାଡ 

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details