ଓଡିଶା

odisha

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ

ETV Bharat / videos

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ, ବ୍ୟକ୍ତିଙ୍କୁ କାବୁ କଲା ପୋଲିସ୍‌

By ETV Bharat Odisha Team

Published : Sep 4, 2023, 5:36 PM IST

ପୁରୀ: ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ହଠାତ୍ ନିଜ ଝିଅ ସହ ଯାଇ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ ଜଣେ ବ୍ୟକ୍ତି । ସମୁଦ୍ରକୂଳ ଥାନା ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରିବା ପରେ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ନେଇଥିଲେ । କାବୁ ହୋଇଥିବା ବ୍ୟକ୍ତିଜଣଙ୍କ ହେଉଛନ୍ତି ବଳିଆପଣ୍ଡା ବସ୍ତିର ନାରାୟଣ ତରେଇ । ସେ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଘର ମାଲିକ ତାଙ୍କୁ ଘର ଛାଡ଼ିବା ପାଇଁ କହିବା ସହ ତାଙ୍କ ଝିଅକୁ ମାଡ ମାରି ପାଲଟା ତାଙ୍କ ନାମରେ ପୋଲିସରେ ମିଥ୍ୟା ଅଭିଯୋଗ କରିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ବାରମ୍ବାର ସେ ପୋଲିସ ଓ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଆସିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନଥିବାରୁ ଆଜି ହଠାତ ସେ ନିଜ ଝିଅ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଯାଇ ଏଭଳି କାଣ୍ଡ ଭିଆଉଥିଲେ । ପୋଲିସ ତୁରନ୍ତ ୨ଟି ପେଟ୍ରୋଲ ଭର୍ତ୍ତି ବୋତଲ ଛଡ଼ାଇ ନେବା ସହ ତାଙ୍କୁ ଆୟତ୍ତ କରିଥିଲା ।

ଇଟିଭି ଭାରତ, ପୁରୀ

For All Latest Updates

ABOUT THE AUTHOR

...view details