ଓଡିଶା

odisha

By

Published : Nov 21, 2022, 9:19 PM IST

Updated : Feb 3, 2023, 8:33 PM IST

ETV Bharat / videos

ବିଜେପିକୁ ନେଇ କୁନି ଝିଅର କବିତା, ମନ୍ତ୍ରମୁଗ୍ଧ ହେଲେ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର: ସୁରେନ୍ଦ୍ର ନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କବିତା ଶୁଣାଇଲେ ଜଣେ ନାବାଳିକା । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଗୁଜରାଟର ସୁରେନ୍ଦ୍ର ନଗରରେ ଏକ ବିଶାଳ ଜନସଭାର ଆୟୋଜନ ହୋଇଥିଲା । ଜନସଭା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଜଣେ କୁନି ଝିଅ । ସେ ଲିମ୍ବଡ଼ୀ ଆସନର ପ୍ରାର୍ଥୀ କିରିଟସିଂହ ରାଣାଙ୍କ ଭଉଣୀଙ୍କ ଝିଅ । ଏହି କୁନି ଝିଅଟିର ନାଁ ଆରାଧ୍ୟା ବୋଲି ଜଣା ପଡ଼ିଛି । ଆରାଧ୍ୟା ବିଜେପି ଉପରେ ଏକ କବିତା ଶୁଣାଇଥିଲେ । କୁନି ଝିଅ ଆରାଧ୍ୟାର କବିତା ଶୁଣି ମନ୍ତ୍ରମୁଗ୍ଧ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Last Updated : Feb 3, 2023, 8:33 PM IST

ABOUT THE AUTHOR

...view details