ଓଡିଶା

odisha

ପାରାଦ୍ୱୀପରେ ମାଛ ମଡ଼କ, ବଟ ନଦୀରେ ଭାସୁଛନ୍ତି ଟନ ଟନ ମାଛ

By

Published : Jul 18, 2023, 8:09 PM IST

ବଟ ନଦୀରେ ମାଛ ମଡ଼କ

ଜଗତସିଂହପୁର: ପାରାଦ୍ୱୀପ ସହର ମଧ୍ୟ ଦେଇ ପ୍ରବାହିତ ହୋଇଥିବା ବଟ ନଦୀରେ ମାଛ ମଡ଼କ । ବଟ ନଦୀରେ ମରିକି ଭାସୁଛନ୍ତି ଟନଟନ ମାଛ । ଏହି ଘଟଣା ଜଣା ପଡିବା ପରେ ପାରାଦ୍ୱୀପ ମତ୍ସ ବିଭାଗ ପକ୍ଷରୁ ପାଣିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଛି। ମାଛ ଗୁଡିକ କିଭଳି ଭାବରେ ମୃତ୍ୟୁବରଣ କଲେ ତାକୁ ନେଇ ଅନୁସନ୍ଧାନ କରୁଛି ମତ୍ସ୍ୟ ବିଭାଗ । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ କହିବା କଥା ପାରାଦ୍ୱୀପର ବିଭିନ୍ନ ନଦୀ ଓ ଜଳାଶୟ ଏବେ ଦୂଷିତ ହୋଇ ଗଲାଣି। ବିଶେଷ ଭାବରେ ବର୍ଷା ଦିନେ ଏଗୁଡିକ ବେଶି ପ୍ରଦୂଷଣ ହେଉଛି । ଫଳରେ ମହାନଦୀ ମୁହାଁଣ ଠାରୁ ଆରମ୍ଭ କରି ବିଭିନ୍ନ ନଦୀ ଉପନଦୀ ଓ ଜଳାଶୟରେ ମାଛ ମରିକି ଭାସୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ନଦୀରେ ପାରାଦ୍ୱୀପରେ ପ୍ରତିଷ୍ଠା ହୋଇଥିବା ବିଭିନ୍ନ ଶିଳ୍ପ ସଂସ୍ଥାମାନେ ଶିଳ୍ପରୁ ନିଗ୍ରତ ହେଉଥିବା ଦୂଷିତ ରାସାୟନିକ ପଦାର୍ଥ ମିଶ୍ରିତ ଫଳରେ ଜଳ ପ୍ରଦୂଷିତ ହେବା ସହିତ ମାଛ ମଡକ ଦେଖିବାକୁ ମିଳିଛି।  

ଗତ ରବିବାର ଦିନ ପାରାଦ୍ୱୀପରେ ପ୍ରବଳ ବର୍ଷା ହୋଇଥିଲା। ବଟ ନଦୀ ନିକଟରେ ଥିବା କିଛି ଶିଳ୍ପାନୁଷ୍ଠାନ ଦୂଷିତ ଜଳକୁ ସିଧାସଳଖ ବଟ ନଦୀକୁ ଛାଡି ଦେଇଥିଲେ । ଯାହାଫଳରେ ଏପରି ମଛ ମଡକ ହେଉଥିବା ମତ୍ସଜୀବୀ ଅଭିଯୋଗ କରିଛନ୍ତି । ତେବେ ମତ୍ସ୍ୟଜୀବୀମାନେ ମୁଖ୍ୟତଃ ମାଛ ବିକି ଜୀବିକା ନିର୍ବାହ କରୁଥିବା ବେଳେ ଏହିଭଳି ମନୁଷ୍ୟକୃତ ମାଛ ମଡକ ଯୋଗୁ ସେମାନଙ୍କ ଜୀବନ ଜୀବିକା ବିପନ୍ନ ହେଉଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତ । ପ୍ରଶାସନ ପକ୍ଷରୁ ଏଥିପ୍ରତି ପଦକ୍ଷେପ ନେବା ଜରୁରୀ ବୋଲି ଦାବି କରିଛନ୍ତି ।  

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details