WATCH VIDEO: ବନାରସୀ ଶାଢୀ ଡିଜାଇନର କେକ୍, ଚର୍ଚ୍ଚାରେ ମହିଳା
ମୁମ୍ବାଇ: ମହାରାଷ୍ଟ୍ର ପୁଣେରେ ଏକ କେକ୍କୁ ନେଇ ଚର୍ଚ୍ଚା ହେଉଛି । କେକ୍ଟି ବନାରସୀ ଶାଢୀ ଡିଜାଇନ (cake made based on Banarasi saree) ଭଳି କେକ୍ର ଡିଜାଇନ ମଧ୍ୟ ସେହିପରି । ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଲାଭ କରିଥିବା କେକ୍ ଆର୍ଟିଷ୍ଟ ପ୍ରାଚୀ ଦେବ ଏହାକୁ ତିଆରି କରିଛନ୍ତି । ଇଟାଲିରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ କେକ ପ୍ରୋଜେକ୍ଟ (International Cake Project in Italy) ଲାଗି ଏହି ଆଇସ୍ କେକ୍ ପ୍ରସ୍ତୁତ ହୋଇଛି । ଇଟାଲିରେ ଏହି କାର୍ଯ୍ୟକ୍ରମରେ ବିଶ୍ବର ଅନେକ ଖ୍ୟାତନାମା କେକ୍ ପ୍ରସ୍ତୁତକାରୀଙ୍କୁ ନିମନ୍ତ୍ରଣ ହୋଇଛି । ଏଥିରେ ପ୍ରାଚୀ ମଧ୍ୟ ସାମିଲ ଅଛନ୍ତି । ପୁଣେରୁ ପ୍ରାଚୀକୁ ନିମନ୍ତ୍ରଣ କରାଯାଇଛି । ଏହି କେକ୍ରେ ବନାରସୀ ଶାଢୀ ଡିଜାଇନ ସହିତ ଭାରତର ପାରମ୍ପରିକ ଆଭୂଷଣର ମଧ୍ୟ ଝଲକ ଦେଖିବାକୁ ମିଳିଛି ।
Last Updated : Feb 3, 2023, 8:36 PM IST