ଶିକ୍ଷୟତ୍ରୀଙ୍କୁ ସ୍କୁଲ ଭିତରେ ନିସ୍ତୁକ ମାଡ଼: ଅଭିଯୁକ୍ତଙ୍କ ବିରୋଧରେ ଏତଲା - ଶିକ୍ଷୟତ୍ରୀଙ୍କୁ ଅଭିଭାବିକଙ୍କ ମାଡ଼
ବାଲେଶ୍ବର: ସ୍କୁଲ ଭିତରେ ପଶି ଜଣେ ଶିକ୍ଷୟତ୍ରୀଙ୍କୁ ଅଭିଭାବିକା ଜୋତାରେ ନିସ୍ତୁକ ମାଡ ମାରୁଥିବା ଭିଡିଓ ଜୋରଦାର ଭାଇରାଲ ହୋଇଛି। ଗୁରୁତର ଅବସ୍ଥାରେ ଶିକ୍ଷୟତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକ। ବାଲେଶ୍ବର ଜିଲ୍ଲା ବାଲିଆପାଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଶଗଡାଶୂଳ ପ୍ରାଥମିକ ବିଦ୍ଯାଳୟରେ କାର୍ଯ୍ଯରତ ଶିକ୍ଷୟିତ୍ରୀ ଅଞ୍ଜଳି ମହାନ୍ତି ଛାତ୍ରଛାତ୍ରୀଙ୍କୁ ପଢାଉଥିଲେ। ସେହି ସମୟରେ ହଠାତ ଟିକିରାପଡ଼ା ଗ୍ରାମର ଜୟନ୍ତ ମହାନ୍ତି ସ୍କୁଲ ହତା ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ।
ଜୀବନ ବିକଳରେ ଶିକ୍ଷୟତ୍ରୀ ଜଣକ ବିଦ୍ଯାଳୟ ବାହାରକୁ ଦୌଡି ପଳାଇବା ସମୟରେ ସ୍କୁଲ ଗେଟ ପାଖରେ ଥିବା ଜୟନ୍ତଙ୍କ ସ୍ତ୍ରୀ ଓ ପୁଅ ଆସି ମଧ୍ୟ ଶିକ୍ଷୟତ୍ରୀଙ୍କୁ ଚପଲରେ ନିସ୍ତୁକ ପିଟିଥିଲେ। ଏହାସହ ତାଙ୍କର ମୋବାଇଲ ମଧ୍ଯ ଛଡାଇ ନେଇଥିଲେ ଉଭୟ ସ୍ୱାମୀ ସ୍ତ୍ରୀ। ଶିକ୍ଷୟତ୍ରୀଙ୍କ ଚିତ୍କାର ଶୁଣି ଛାତ୍ରଛାତ୍ରୀ ଓ ସ୍ଥାନୀୟଲୋକେ ପହଞ୍ଚି ବିରୋଧ କରିବାରୁ ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ଏହା ମଧ୍ୟ ପଢନ୍ତୁ...ହୋଟେଲରେ ସରପଞ୍ଚ ଓ ମହିଳା ସରପଞ୍ଚଙ୍କ ସ୍ବାମୀ ହାତାହାତି, ଭିଡିଓ ଭାଇରାଲ
ମାଡ ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ କ'ଣ ପାଇଁ ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି ସେନେଇ କୌଣସି କାରଣ ଜଣା ପଡିନଥିବାବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ପାଇଁ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶିକ୍ଷୟତ୍ରୀଙ୍କ ସ୍ବାମୀ। ଅଭିଯୋଗକୁ ଭିତ୍ତି କରି ବାଲିଆପାଳ ପୋଲିସ ତଦନ୍ତ ଆରମ୍ଭ କରିଛି।
ଇଟିଭି ଭାରତ, ବାଲେଶ୍ବର