ଓଡିଶା

odisha

maa budhi thakurani yatra

ETV Bharat / videos

ନବମ ଦିନରେ ମା’ଙ୍କ ଯାତ୍ରା, ଖରାକୁ ଖାତିର ନକରି ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ - ଜମୁଛି ଭକ୍ତଙ୍କ ଭିଡ

By

Published : Apr 13, 2023, 8:09 AM IST

ବ୍ରହ୍ମପୁର: ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରାରେ ଦିନକୁ ଦିନ ଦେଖିବାକୁ ମିଳୁଛି ଭକ୍ତଙ୍କ ଭିଡ । ବୁଧବାର ଯାତ୍ରା ନବମ ଦିନରେ ପହଞ୍ଚିଥିବା ବେଳେ ଅସ୍ଥାୟୀ ମଣ୍ଡପରେ ମା'ଙ୍କ କରୁଣା ଲାଭ କରିବା ପାଇଁ ଦର୍ଶକଙ୍କ ଭିଡ ଜମୁଛି । ଲମ୍ବାଧାଡିରେ ଶାନ୍ତିଶୃଙ୍ଖଳାର ସହ ଯାଇ ଭକ୍ତମାନେ ଦର୍ଶନ କରୁଛନ୍ତି । ସେପଟେ ମା'ଙ୍କ ସନ୍ଧ୍ୟା ଆଳତୀ ପରେ ରାତ୍ର ସମୟରେ ମା' ସହର ପରିକ୍ରମା ପାଇଁ ଯିବା ସମୟରେ ଦର୍ଶନ ପାଇଁ ଅସ୍ଥାୟୀ ମଣ୍ଡପ ବାହାରେ ଭିଡ ଜମାଇଥିଲେ ଭକ୍ତ । ମା'ଙ୍କ ମୁଖ୍ୟ ଘଟ ସହିତ ସମସ୍ତ ପାର୍ଶ୍ୱ ଘଟ ଅସ୍ଥାୟୀ ମନ୍ଦିରରୁ ବାହାରି ଦେଶୀ ବେହେରାଙ୍କ ଘର ସମୁଖରେ ଆଳତୀ କରାଯିବା ପରେ ସେଠାରୁ ମହୁରୀ ରାଜବାଟୀ ଦେଇ ସାନ ବଜାରରେ ପହଞ୍ଚିଥିଲେ । 

ସେଠାରୁ ମା'ଙ୍କ ଘଟ ସାନ୍ତାଣି ସାହି ଠାରୁ ଲାଲା ସାହି ପହଞ୍ଚି କଳାକୁଞ୍ଜକୁ ନିମନ୍ତ୍ରଣ କରାଯିବା ପରେ ସଠାରୁ ଭୂତ ସାହି ଦେଇ ନୂଆ ସାହିରେ ମଧ୍ୟ ମାଆ କଳାକୁଞ୍ଜ ପାଇଁ ନିମନ୍ତ୍ରଣ କରିଥିଲେ । ପରେ କପିଳେଶ୍ୱର ପେଟା ସାହିରେ ଅନ୍ୟ ଏକ କଳାକୁଞ୍ଜ ଏବଂ ବାଲାଜୀ ପେଣ୍ଠ ଗୌଡ ସାହିରେ କୃଷ୍ଣ ରଥକୁ ନିମନ୍ତ୍ରଣ କରାଯାଇଥିବା ବେଳେ ବାଲାଜୀପେଣ୍ଠ ସାହିରେ ଇଶ୍ୱର ରଥ, କୁମ୍ଭାର ସାହିରେ ମହାଲକ୍ଷ୍ଣୀ ରଥକୁ ନିମନ୍ତ୍ରଣ କରି ରାତ୍ର ସମୟରେ ମା' ପୁଣି ଅସ୍ଥାୟୀ ମନ୍ଦିରକୁ ଫେରିଥିବା ଦେଖାଯାଇଥିଲେ । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details