ଓଡିଶା

odisha

war tank out of junk

ETV Bharat / videos

Watch Video: ଆବର୍ଜନାରୁ ଯୁଦ୍ଧ ଟ୍ୟାଙ୍କ ନିର୍ମାଣ କଲେ ଯୁବକ, ୟୁଟ୍ୟୁବରୁ ନେଇଥିଲେ ଶିକ୍ଷା - ୟୁଟ୍ୟୁବରୁ ନେଇଥିଲେ ଶିକ୍ଷା

By

Published : Jun 10, 2023, 10:04 AM IST

ଭୋପାଳ: ୟୁଟ୍ୟୁବ ଭିଡିଓ ଦେଖି କମାଲ କଲେ ମଧ୍ୟପ୍ରଦେଶର ଯୁବକ । ଯିଏକି ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢିଥିବା ବେଳେ ୟୁଟ୍ୟୁବରୁ ଶିକ୍ଷା ଗ୍ରହଣ କରି ଏକ ଯୁଦ୍ଧ ଟ୍ୟାଙ୍କ ନିର୍ମାଣ କରିଛନ୍ତି । ସବୁଠୁ ଖାସ କଥା ହେଉଛି ଏହି ଯୁଦ୍ଧ ଟ୍ୟାଙ୍କଟି ଅଳିଆ ଆବର୍ଜନାରୁ ପ୍ରସ୍ତୁତ ହୋଇଛି । ଯୁବକଙ୍କ ଏହି କ୍ରିଏଟିଭିଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏହି ଫାବ୍ରିକେଟର ଜଣକ ପୁରୁଣା ଟିଣ, ପୁରୁଣା କାରର କିଛି ଏଂଶ ଆଦିର ବ୍ୟବହାର କରି ଏହାକୁ ନିର୍ମାଣ କରିଛନ୍ତି । ଏହି କାରିଗର ଜଣକ ହେଉଛନ୍ତି ମଧ୍ୟପ୍ରଦେଶ ଛିନ୍ଦୱାଡା ଅଞ୍ଚଳର ରୋହିତ ବର୍ମା । ତାଙ୍କୁ ଏହି ଟ୍ୟାଙ୍କଟି ନିର୍ମାଣ କରିବା ଲାଗି ପ୍ରାୟ ୧ ମାସରୁ ଅଧିକ ସମୟ ଲାଗିଛି । ଆବର୍ଜନାକୁ ବ୍ୟବହାର କରି କିପରି ଉପଯୋଗୀ ଜିନିଷ ନିର୍ମାଣ କରାଯାଏ, ଏହା ତାର ଉଦାହରଣ ପାଲଟିଛି । ତେବେ ଆବର୍ଜନାରୁ ଉପଯୋଗୀ ପଦାର୍ଥ ବା ବସ୍ତୁ ନିର୍ମାଣର ବାର୍ତ୍ତା ନେଇ ଏହାକୁ ପ୍ରଦର୍ଶନ ଆକାରରେ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି । ଏହି ଯୁଦ୍ଧ ଟ୍ୟାଙ୍କ ମଡେଲର ନିର୍ମାଣରେ ୧.୫ ଲକ୍ଷ ଖର୍ଚ୍ଚରେ ନିର୍ମିତ ହୋଇଛି । ଏଥିରେ ବ୍ୟବହୃତ ସାମଗ୍ରୀକୁ ନୂଆ ଭାବେ ବଜାରରୁ କିଣିଲେ ପ୍ରାୟ ୧୦ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details