ଓଡିଶା

odisha

ଉଦଘାଟିତ ହୋଇ ଯାଇଛି ଅଷ୍ଟମ ଲୋକକଳା ଉତ୍ସବ

By ETV Bharat Odisha Team

Published : Sep 25, 2023, 6:58 AM IST

ETV Bharat / videos

ଅଷ୍ଟମ ଲୋକକଳା ଉତ୍ସବ ଉଦଘାଟିତ, ନୃତ୍ୟଗୀତ ତାଳେତାଳେ ଝୁମିଲେ ଦର୍ଶକ

ବଲାଙ୍ଗୀର: ଉଦଘାଟିତ ହୋଇ ଯାଇଛି ଅଷ୍ଟମ ଲୋକକଳା ଉତ୍ସବ । ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ କଳାକାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ବଲାଙ୍ଗୀର କେନ୍ଦ୍ର ଓ ରାଜ୍ୟ କଲା ସଂସ୍କୃତି ମନ୍ତ୍ରଣାଳୟ ବିଭାଗ, କୋଲକତାର ଇ-ଜେଡ୍‌ ସିସି ସଂଗଠନ ଓ ବଲାଙ୍ଗୀର ଦୁଲଦୁଲି କଲା ପରିଷଦର ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜିତ କରିଛି । ତେବେ ଏହି ଉତ୍ସବ 24 ତାରିଖରୁ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବ। ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ କଳା ସଂଗଠନ ଓ କଳାକାରମାନେ ତାଙ୍କର କଳାର ପ୍ରଦର୍ଶନ କରିବେ । ପଶ୍ଚିମବଙ୍ଗର ପୁରୁଳିଆ ଛଉ ନୃତ୍ୟ, ପଶ୍ଚିମ ବଙ୍ଗ ଝୁମର ନୃତ୍ୟ, ଆସାମର ବିହୁ ଓ ବୋଡୋ ନୃତ୍ୟ ସହ ସ୍ଥାନୀୟ ଲୋକ ନୃତ୍ୟ ଏଥିରେ ତିନି ଦିନ ଧରି ମଞ୍ଚସ୍ଥ ହେବ । ତେବେ ପ୍ରଥମ ଦିନ ସନ୍ଧ୍ୟାରେ ଆସାମ ବିହୁ, ବୋଡୋ ନୃତ୍ୟ ସହ ସ୍ଥାନୀୟ ନଚନୀଆ ନୃତ୍ୟରେ ଦର୍ଶକ ଝୁମିଛନ୍ତି । 
 

ଆୟୋଜକ ପ୍ରଭାଷ ପାଣିଗ୍ରାହୀ କହିଛନ୍ତି, "ଅଷ୍ଟମ  କଳା ଉତ୍ସବ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ତଥା କୋଲକତା ଇ-ଜେଡ ସିସିର ସହାୟତାରେ ଆୟୋଜନ ହୋଇଛି । 3 ଦିନ ଧରି ଏହି ଉତ୍ସବ ଆୟୋଜିତ ହେବ । ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ଆଠଟି ଦଳ ତାଙ୍କର କଳା ପ୍ରଦର୍ଶନ କରିବେ ।"
 

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details