ଓଡିଶା

odisha

Independence Day: ରାଜ୍ୟ କଂଗ୍ରେସ ଭବନରେ ସ୍ବାଧୀନତା ଦିବସ ପାଳିତ

By

Published : Aug 15, 2023, 1:10 PM IST

ରାଜ୍ୟ କଂଗ୍ରେସ ଭବନରେ ସ୍ବାଧୀନତା ଦିବସ ପାଳିତ

ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନରେ 77ତମ ସ୍ବାଧୀନତା ଦିବସ ପାଳନ ହୋଇଛି  । ପିସିସି ସଭାପତି ଶରତ ପଟ୍ଟନାୟକ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଛନ୍ତି  । ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି ଯେ, ରାଜ୍ୟବାସୀଙ୍କୁ ପ୍ରତାରଣା କରିଛନ୍ତି ନବୀନ ସରକାର । 2 ଲକ୍ଷ ଚାକିରି କୁଆଡେ ଗଲା, ଜଳସେଚନ କୁଆଡେ ଗଲା ? ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହରୁ ଓଡ଼ିଶାକୁ ଭଲ ପାଉଥିଲେ । ଓଡ଼ିଶାକୁ ସମୃଦ୍ଧିଶାଳୀ ରାଜ୍ୟରେ ପରିଣତ କରିବା ପାଇଁ କଂଗ୍ରେସ ପ୍ରତିଜ୍ଞା ନେଇଛି । ତେଣୁ ଏଥିପାଇଁ କଂଗ୍ରେସକୁ ଥରେ ସୁଯୋଗ ଦେବାକୁ ପିସିସି ସଭାପତି ନିବେଦନ କରିଛନ୍ତି  ।

ଏହାମଧ୍ୟ ପଢନ୍ତୁ: ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ; ଚାଷୀ, ମହିଳା ଓ ଜନଜାତିକୁ ନେଇ ଆଗକୁ ବଢ଼ିବାକୁ ଆହ୍ୱାନ

ସେ କହିଛନ୍ତି ଯେ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରାଜ୍ୟ ଓ ଦେଶବାସୀଙ୍କୁ ପ୍ରତାରଣା କରିଛନ୍ତି । ସାଧାରଣ ଜୀବନ ଆଜି ଦୁର୍ବିସହ ହୋଇଯାଇଛି । ଅହେତୁକ ଦରଦାମ ବୃଦ୍ଧି, ବେରୋଜଗାରୀ ଉତ୍କଟ ସମସ୍ୟା ପାଲଟିଛି । ଦଳିତ ଆଦିବାସୀ ଆଜି ନିଷ୍ପେସିତ । ଆଗାମୀ ଦିନରେ ସମସ୍ତେ କଂଗ୍ରେସ ଦଳକୁ ଆଶୀର୍ବାଦ କରନ୍ତୁ । କଂଗ୍ରେସ ଦେଶର ବିକାଶରେ ବଡ଼ ଭୂମିକା ଗ୍ରହଣ କରିଛି । ରାହୁଲ ଗାନ୍ଧୀ କନ୍ୟାକୁମାରୀଠାରୁ କାଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରି ଶାନ୍ତିର ବାର୍ତ୍ତା ଦେଇଛନ୍ତି ବୋଲି ଶରତ ପଟ୍ଟନାୟକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details