ଖୋର୍ଦ୍ଧାରେ 77ତମ ସ୍ୱାଧୀନତା ଦିବସ ପାଳିତ
ଖୋର୍ଦ୍ଧା:ଆଜି ଦେଶ ପାଳୁଛି 77ତମ ସ୍ବାଧୀନତା ଦିବସ । ଆଜିର ଦିନରେ ହିଁ ଭାରତକୁ ମିଳିଥିଲା ଏକ ସ୍ୱତନ୍ତ୍ର ପରିଚୟ । 1947 ମସିହା ଅଗଷ୍ଟ 15 ତାରିଖରେ ପରାଧୀନ ଭାରତ ଏକ ସ୍ୱାଧୀନ ଭାରତର ଆଖ୍ୟା ପାଇଥିଲା । ପଲ୍ଲୀରୁ ଦିଲ୍ଲୀ ଆଜି ସବୁଠି ଫର ଫର ହୋଇ ଉଡୁଛି ଜାତୀର ମାନ ସ୍ବାଭିମାନର ପରିଚୟ ଜାତୀୟ ପତାକା । ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ସେହି ମହାନ ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଉଛନ୍ତି ସାରା ଦେଶବାସୀ । ଖୋର୍ଦ୍ଧା ଷ୍ଟାଡିୟମ ପରିସରରେ 77ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଚଳିତ ବର୍ଷ ପରେଡ଼ରେ ମୋଟ 48ଟି ଦଳ ସାମିଲ ହୋଇଥିଲେ । ସେହିପରି ବିଏସ୍ଏଫ୍ ଓ ଆଇଟିବିପିରୁ ଗୋଟିଏ ଲେଖାଏଁ ଦଳ ଜିଲ୍ଲା ସ୍ତରୀୟ ପରେଡ଼ରେ ଯୋଗଦେଇଥିଲେ । ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ- ନବରଙ୍ଗପୁରରେ ସ୍ବାଧୀନତା ଦିବସ ପାଳିତ
ଇଟିଭି ଭାରତ, ଖୋର୍ଦ୍ଧା