ଓଡିଶା

odisha

ଦେଶ ସ୍ଵାଧୀନତାରେ ଅନୁଗୋଳ ମାଟିର ଗୁରୁତ୍ୱ ଅନେକ: ମନ୍ତ୍ରୀ ପ୍ରତାପ ଦେବ

By

Published : Aug 15, 2023, 1:03 PM IST

Independence day celebrated in Angul

ଅନୁଗୋଳ: ଅନୁଗୋଳ ଜିଲ୍ଲା ସଦର ମହକୁମାଠାରେ ୭୭ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି । ରାଜ୍ୟ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଉତ୍ସବରେ ଏଥର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ସମେତ ଜିଲ୍ଲା ପୋଲିସ, ହୋମଗାର୍ଡର ୩୯ଟି ପରେଡ ଦଳ ଭାଗ ନେଇ ଚିତାକର୍ଷକ ପରେଡ ପରିବେଷଣ କରିଥିଲେ । ଏହି ଅବସରରେ ଶିଳ୍ପ ମନ୍ତ୍ରୀ କହିଥିଲେ ଯେ, ଆଜିର ଦିବସକୁ ସାରା ଦେଶରେ ସଂକଳ୍ପ ଦିବସ ଭାବେ ପାଳନ କରାଯାଉଛି । ଆଜି ଆମ ରାଜ୍ୟ କ୍ଷୁଧା ମୁକ୍ତ । ଗର୍ଭବତୀଙ୍କ କୌଣସି ଅସୁବିଧା ନାହିଁ । ସଡକଠାରୁ ନେଇ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣ ସବୁ କ୍ଷେତ୍ରରେ ଆମେ ଆଗେଇଛୁ । ଦୀର୍ଘ ୭୭ ବର୍ଷର ଯାତ୍ରା ଆମ ପାଇଁ ଅନେକ ସଫଳତା ଆଣି ଦେଇଛି । ଦେଶ ସ୍ବାଧୀନତାରେ ଅନୁଗୋଳ ମାଟିର ଗୁରୁତ୍ବ ଅନେକ ରହିଛି ।

ଏହାମଧ୍ୟ ପଢନ୍ତୁ: ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳିତ

ଆଜିର କାର୍ଯ୍ୟକ୍ରମରେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ଚଳିତ ବର୍ଷ CBSC, ICSC ଓ OBSC ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ଅତିଥି ରକ୍ତଦାନ ଶିବିର, ଚିକିତ୍ସାଲୟରେ ରୋଗୀମାନଙ୍କୁ ଫଳ ବଣ୍ଟନ ଓ ଜେଲ୍ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଚଳିତ ଥର ପୋଲିସ ଟ୍ରେନିଂ କଲେଜ ପରେଡ଼ ଗ୍ରାଉଣ୍ଡରେ ଆୟୋଜିତ ହୋଇଥିଲା ଏହି ମିଳିତ ପ୍ୟାରେଡ଼ । କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଡିଆଇଜି ଏନସିଆର ବ୍ରିଜେସ ରାୟ ଓ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

...view details