ଓଡିଶା

odisha

ETV Bharat / videos

ବ୍ରହ୍ମପୁରରେ ୬୧ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ - ବ୍ରହ୍ମପୁରରେ ୬୧ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

🎬 Watch Now: Feature Video

home guard day

By ETV Bharat Odisha Team

Published : Dec 6, 2023, 2:11 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ପାଳିତ ହୋଇଯାଇଛି ୬୧ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ। ବ୍ରହ୍ମପୁରର ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ ପଡିଆରେ ଆୟୋଜିତ ଗୃହରକ୍ଷୀ ଦିବସ ପାଳିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଦକ୍ଷିଣାଞ୍ଚଳ ପୋଲିସ ଆରକ୍ଷୀ ମହାନିରୀକ୍ଷକ ସତ୍ୟବ୍ରତ ଭୋଇ। ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ ତଥା ଦେଶରେ ଗୃହରକ୍ଷୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହା ମଧ୍ୟ ପଢନ୍ତୁ: ବ୍ରହ୍ମପୁରରେ ପାଳିତ ହେଲା ୬୦ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

ଦେଶରେ ୧୯୭୨ ମସିହା ଚୀନ ଭାରତ ଯୁଦ୍ଧ ସମୟରେ ଦେଶ ଭିତରେ ସୁରକ୍ଷା ପାଇଁ ଡିସେମ୍ବର ୬ ତାରିଖରେ ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା କରାଯାଇଥିଲା। ସେହି ଦିନ ଠାରୁ ଏହି ବାହିନୀ ଜନସାଧାରଣଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଆସୁଥିବା ବେଳେ କମ୍ପ୍ୟୁଟର କାର୍ଯ୍ୟଠାରୁ ଆରମ୍ଭ କରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସହିତ ଟ୍ରାଫିକ୍ କଣ୍ଟ୍ରୋଲ ଓ ବହୁ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଗୃହରକ୍ଷୀ ବାହିନୀ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ଆସୁଥିବା ଜଣାଯାଇଛି । ବ୍ରହ୍ମପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡକ୍ଟର ସର୍ବଣା ବିବେକ ଏମଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେଶ ଚନ୍ଦ୍ର ସେଠୀ ଏବଂ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । 
 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details