କନିଆକୁ 28, ବରକୁ 60 ବର୍ଷ, ପୋଲିସ ଷ୍ଟେସନରେ ହେଲା ବିବାହ - କୋଇରୋନା ପୋଲିସ ଷ୍ଟେସନ
ଲକ୍ଷ୍ନୌ: 28 ବର୍ଷୀୟା ବିବାହିତା ମହିଳାଙ୍କୁ 60 ବର୍ଷୀୟ ବୃଦ୍ଧ ପୋଲିସ ଷ୍ଟେସନରେ କଲେ ବିବାହ । ଗୋପିଗଞ୍ଜ କୋଟୱାଲୀ ଅଞ୍ଚଳର ବିହାରୋଜପୁରର ବୀରହା ଗାୟକ ସୁଦାଇ ରାମ ଯାଦବ (60) ତାଙ୍କ ଅଧା ବୟସର ମଝଗଓ୍ବାଂ ନିବିହାର ନିବାସୀ ବିବାହିତ ଆଶର୍ଫୀ ଦେବୀ (28) ଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଏନେଇ ବିବାହ କରିବା ସୁଯୋଗ ପାଇ ଉଭୟ ଫେରାର ହୋଇଯାଇଥିଲେ।
ସୂଚନା ମୁତାବକ, ଆଶର୍ଫୀ ଦେବୀଙ୍କ ବିବାହ 2008 ମସିହାରେ କୃଷ୍ଣ ମୁରତ ଯାଦବଙ୍କ ସହିତ ହୋଇଥିଲା। କୃଷ୍ଣ ମୁରତ ତାମିଲନାଡୁରେ କାମ କରୁଥିବା ବେଳେ ତାଙ୍କର 2ଟି ସନ୍ତାନ ମଧ୍ୟ ଥିଲେ। ହେଲେ ସ୍ତ୍ରୀଙ୍କ ଫେରାର ହେବା ପରେ ସ୍ୱାମୀ କୃଷ୍ଣ ମୁରତ କୋଇରୋନା ପୋଲିସ ଷ୍ଟେସନରେ ତାଙ୍କ ପତ୍ନୀ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ଏନେଇ କୋଇରୁନା ପୋଲିସ 60 ବର୍ଷୀୟା ପ୍ରେମିକ ସହିତ ଆଶର୍ଫୀଙ୍କୁ ପୋଲିସ ଷ୍ଟେସନକୁ ଅଣାଯାଇଥିଲା। ହେଲେ ପୋଲିସ ଷ୍ଟେସନରେ ଆଶର୍ଫୀ ଦେବୀ ରାମ ଯାଦବଙ୍କ ସହ ରହିବାକୁ ଜିଦ୍ ଧରିଥିଲେ। ଶେଷରେ 2ଜଣ ଥାନାରେ ଥିବା ମନ୍ଦିରରେ ହିଁ ବିବାହ କରିଥିଲେ। ଯାହାକୁ ନେଇ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ