ଚର୍ଚ୍ଚାରେ ଅସଦ ଅବ୍ଦୁଲ୍ଲା, ପେଟ୍ରୋଲ ଦର ବଢ଼ିବାରୁ ବନାଇଲେ ୬ ସିଟ୍ର ବିଦ୍ୟୁତ ଚାଳିତ ସାଇକେଲ - ପେଟ୍ରୋଲ ଦର ବଢ଼ିବାରୁ ବନାଇଲେ ବିଦ୍ୟୁତ ଚାଳିତ ସାଇକେଲ
ଲକ୍ଷ୍ନୌ: ଚର୍ଚ୍ଚାରେ ଉତ୍ତର ପ୍ରଦେଶର ଅସଦ ଅବ୍ଦୁଲ୍ଲା । ସେ ନିର୍ମାଣ କରିଥିବା ୬ ସିଟ୍ ବିଶିଷ୍ଟ ବିଦ୍ୟୁତ ଚାଳିତ ସାଇକେଲ ବର୍ତ୍ତମାନ ସେହି ଅଞ୍ଚଳରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଦେଶରେ ପେଟ୍ରୋଲ ଦରର ଅହେତୁକ ବୃଦ୍ଧି ପରେ ଏପରି ଏକ ବିଦ୍ୟୁତ ଚାଳିତ ସାଇକେଲ ପ୍ରସ୍ତୁତ କରିବା ପାଇଁ ତାଙ୍କ ମନକୁ ଆସିଥିବା ସେ କହିଛନ୍ତି । ସ୍କ୍ରାପ ସାମଗ୍ରୀ ବ୍ୟବହାର କରି ପ୍ରାୟ ୧ ମାସ ସମୟ ମଧ୍ୟରେ ସେ ଏହାକୁ ନିର୍ମାଣ କରିଛନ୍ତି । ଏହାର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ମାତ୍ରା ୧୦ରୁ ୧୨ ହଜାର ଟଙ୍କା । ତେବେ ଏଭଳି ସାଇକେଲକୁ ସୁଲଭ ମୂଲ୍ୟରେ ବିକ୍ରି କରି ଏହାକୁ ବ୍ୟବସାୟୀକ କରିବାକୁ ସେ ଚାହୁଁଥିବା ପ୍ରକାଶ କରିଛନ୍ତି ।
Last Updated : Feb 3, 2023, 8:34 PM IST