ଓଡିଶା

odisha

କଳାହାଣ୍ଡି ଗସ୍ତରେ 5T ସଚିବ

ETV Bharat / videos

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ 5T ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା - କଳାହାଣ୍ଡି ଗସ୍ତରେ 5T ସଚିବ

By

Published : May 19, 2023, 8:24 PM IST

ଭବାନୀପାଟଣା: ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ଉତ୍କେଲା ବିମାନ ବନ୍ଦରରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ 5T ସଚିବଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଳଖଣ୍ଡି ଧବଳେଶ୍ବର ଶିବ ମନ୍ଦିର ପରିଦର୍ଶନ କରିବା ସହିତ ଜନ ସାଧାରଣଙ୍କ ସହ ଆଲୋଚନା କରିଥିଲେ 5T ସଚିବ । ମନ୍ଦିର ପରିଦର୍ଶନ କରି ଆଗାମୀ ଦିନରେ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ନେଇ ମଧ୍ୟ ଆଲୋଚନା କରିଥିଲେ । ଗସ୍ତ ସମୟରେ ନର୍ଲା ବ୍ଲକ ଅନ୍ତର୍ଗତ ଡୁଟା ଗାଁରେ ନିର୍ମାଣଧିନ ସାନ୍ଦୁଲ ଜଳସେଚନ ପ୍ରକଳ୍ପକୁ ବୁଲି ପରିଦର୍ଶନ କରିଥିଲେ ଏବଂ ନିର୍ମାଣଧିନ କାର୍ଯ୍ୟର ସମୀକ୍ଷା କରିଥିଲେ । ନର୍ଲାରେ ଥିବା ମିଶନ ଶକ୍ତି କାଫେ ଓ ନର୍ଲା 5T ସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ 5T ସଚିବ ଭି.କେ ପାଣ୍ଡିଆନ । ସେଠାରୁ ପୁଣି ଭବାନୀପାଟଣାରେ ପହଞ୍ଚିବା ପରେ ପ୍ରଥମେ ସହରରେ ଥିବା ପୋଲିସ ହାଇସ୍କୁଲ ପରିଦର୍ଶନ କରିଥିଲେ । ସେଠାରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଏବଂ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏହାପରେ ପାଣ୍ଡିଆନ ସହରର ଆଶା ସାଗର ପରିଦର୍ଶନ କରିଥିଲେ । ଦୀର୍ଘ ବର୍ଷରୁ ଆଶା ସାଗର ଉନ୍ନତିକରଣ ପାଇଁ ଦାବି ହୋଇ ଆସୁଥିଲା । ଏହାକୁ ପରିଦର୍ଶନ କରି ଆସନ୍ତା ୧ ମାସ ମଧ୍ୟରେ ଜିଲ୍ଲାପାଳ ଡିପିଆର ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି  । 

ଇଟିଭି ଭାରତ, ଭବାନୀପାଟଣା

ABOUT THE AUTHOR

...view details