Naveen-Pandian Video Call: ଜନସଭାରୁ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପାଣ୍ଡିଆନ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଅନୁଗୋଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଆଜିଠୁ 2 ଦିନିଆ ଅନୁଗୋଳ ଗସ୍ତରେ ରହିଛନ୍ତି । ଆଜି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ପରେ ଏକ ଜନସଭାରେ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇଥିଲେ । ଏହି ସଭା ମଧ୍ୟରେ ଲୋକଙ୍କ ସମସ୍ୟାର ସମାଧାନ ଲାଗି ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କଲରେ କଥା ହୋଇଥିଲେ । ପୂର୍ବରୁ ଅଡିଓରେ କଥା ହୋଇଥିବା ବେଳେ ଆଜି ଭିଡିଓ କଲରେ କଥା ହୋଇଛନ୍ତି । ଦୀର୍ଘ ଦିନ ହେଲା ଛେଣ୍ଡିପଦା ସ୍ବାସ୍ଥ୍ୟ କେନ୍ଦ୍ରକୁ 'ମୋ ହସ୍ପିଟାଲ' ଯୋଜନାରେ ସାମିଲ କରିବା ପାଇଁ ଦାବି ହୋଇ ଆସୁଥିଲା। ଏଥିପାଇଁ ବହୁ ଆନ୍ଦୋଳନ ହୋଇଛି। ଭିକେ ପାଣ୍ଡିଆନ ସେଠାରେ ଏହି ଦାବି ଶୁଣିବା ମାତ୍ରେ ଭିଡିଓ କଲିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କୁ କହିଥିଲେ ଖୁବ କମ ଦିନରେ ସେହି ସ୍ବାସ୍ଥ୍ୟ କେନ୍ଦ୍ରକୁ ମୋ ହସ୍ପିଟାଲ ଯୋଜନାରେ ସାମିଲ କରାଯିବ। ଏହାପରେ ଲୋକେ ଖୁସି ହୋଇଥିବା ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, ଅନୁଗୋଳ