ଓଡିଶା

odisha

ଲକ୍ଷ୍ମୀପୁର ଗସ୍ତରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ

ETV Bharat / videos

ଲକ୍ଷ୍ମୀପୁର ଗସ୍ତରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ - କୋରାପୁଟରେ ପାଣ୍ଡିଆନ

By ETV Bharat Odisha Team

Published : Jan 9, 2024, 11:05 PM IST

VK Pandian Visits Laxmipur:କୋରାପୁଟ: 5 T ଅଧ୍ୟକ୍ଷ ଭିକେ ପାଣ୍ଡିଆନ କୋରାପୁଟ ଗସ୍ତ କରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଲକ୍ଷ୍ମୀପୁରଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଲକ୍ଷ୍ମୀପୁର ମିନି ଷ୍ଟାଡିୟମରେ ଆୟୋଜିତ ସମାବେଶରେ ପାଣ୍ଡିଆନ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।  ତେବେ ଏହି ଅବସରରେ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁରାନ ଡ୍ୟାମ ଉପରେ 40 କୋଟି ଟଙ୍କା ବ୍ୟୟରେ ପୋଲ, 271 କୋଟି ଟଙ୍କାର ବୃହତ ପାନୀୟ ଜଳ ପକଳ୍ପ, 5 T ଯୋଜନାରେ 50 ଲକ୍ଷ ଟଙ୍କାରେ ଦଶମନ୍ତପୁର କଲେଜ ରୂପାନ୍ତରଣ କାର୍ଯ୍ୟ, ମାଛପୁଟ ଓ ପୋଡାଗଡ଼ ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟରେ ଯୁକ୍ତ 2 ବିଜ୍ଞାନ ଖୋଲା ଯିବାକୁ ଅନୁମୋଦନ । ଏହାସହ ଲକ୍ଷ୍ମୀପୁର ବ୍ଲକରେ ସାଙ୍ଗାନା ଉଚ୍ଚ ବିଦ୍ୟାଳୟର ରୂପାନ୍ତର, ମାତୃ ଓ ଶିଶୁ ହସ୍ପିଟାଲ ସ୍ଥାପନ ଓ କାକିରିଗୁମ୍ମାରେ ଯୁକ୍ତ 2 କଲେଜ ଶୁଭାରମ୍ଭ ହୋଇଛି ବୋଲି ପାଣ୍ଡିଆନ ଏହି ସଭାରେ ଜଣାଇଛନ୍ତି । ସେହି ପରି ନାରାୟଣପାଟଣା ଜଗନ୍ନାଥ ମନ୍ଦିର ପୁନଃରୁଦ୍ଧା ପାଇଁ 4 କୋଟି ଟଙ୍କା ଅନୁଦାନ ଦିଆ ଯାଇଥିବା ବେଳେ ପାନୀୟ ଜଳ ପକଳ୍ପ ପାଇଁ 105 କୋଟି, ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ 2 ଟି ଡିଗ୍ରୀ କଲେଜ, ଚାଷୀଙ୍କ ଜମିରେ ଜଳ ସେଚନ ବ୍ୟବସ୍ଥା କରିବାକୁ ଝଞ୍ଜାବତୀ ନଦୀର ଚିନ୍ତାଳ ଗୁଡ଼ାରେ 100 କୋଟି ଟଙ୍କାର ଡ୍ୟାମ ଓ କଲ୍ୟାଣ ମଣ୍ଡପ ପାଇଁ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି । ସେପଟେ ଏହି ଅବସରରେ 5T ଅଧ୍ୟକ୍ଷଙ୍କୁ ଅଞ୍ଚଳବାସୀ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ସେହିସବୁ ଅଭିଯୋଗ ଉପରେ ତର୍ଜମା କରାଯାଇ 10 ଦିନ ଭିତରେ ଶୁଭ ଖବର ଦିଆ ଯିବ ବୋଲି ପାଣ୍ଡିଆନ ପ୍ରକାଶ କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ....ବାଲେଶ୍ୱରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ, କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details