ବେଆଇନ ଭାବେ ସରିଶୃପ ନେଇ ଆସିଥିଲେ ବିମାନ ଯାତ୍ରୀ, ଟ୍ରଲି ବ୍ୟାଗ୍ରୁ 47ଟି ଅଜଗର ଓ 2ଟି ଛିଟିପିଟି ଉଦ୍ଧାର - ତ୍ରିଚୀ ବିମାନବନ୍ଦର
ଚେନ୍ନାଇ: ବେଆଇନ ଭାବରେ ଅଜଗର ସାପ ଓ ଝିଟିପିଟି ନେଇ ବିମାନ ଯାତ୍ରା କରୁଥିଲେ ଯାତ୍ରୀ । ତ୍ରିଚୀ ବିମାନବନ୍ଦରରେ ଯାତ୍ରୀଙ୍କ ଟ୍ରଲି ବ୍ୟାଗକୁ ଜବତ କରିଛନ୍ତି କଷ୍ଟମ ଅଧିକାରୀ । ଯାଞ୍ଚ ସମୟରେ ଯାତ୍ରୀଙ୍କ ଟ୍ରଲି ବ୍ୟାଗରୁ ବାହାରିଲା 47ଟି ଅଜଗର ସାପ ଓ 2ଟି ବଡ଼ ଛିଟିପିଟି । ରବିବାର( ଜୁଲାଇ 30) ତ୍ରିଚୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମହମ୍ମଦ ମୋଇଦ୍ଦିନ ନାମକ ଜଣେ ଯାତ୍ରୀଙ୍କ ଟ୍ରଲିରୁ ଅଜଗର ସାପ ଓ ଝିଟିପିଟି ଜାତୀୟ ସରିଶୃପ ଉଦ୍ଧାର କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ଏୟାର ଇଣ୍ଡିଆ ବିମାନରେ ସାପ, ତଦନ୍ତ ନିର୍ଦ୍ଦେଶ
ଯାତ୍ରୀ ଜଣଙ୍କ କୁଆଲାଲାମପୁରରୁ ବାଟିକ୍ ଏୟାର ବିମାନରେ ଆସି ତ୍ରିଚୀ ବିମାନବନ୍ଦରରେ ପହଞ୍ଚିଥିଲେ । ଏଠାରେ ପହଞ୍ଚିବା ପରେ କଷ୍ଟମ୍ସ ଅଧିକାରୀମାନେ ତାଙ୍କ ଟ୍ରଲି ବ୍ୟାଗକୁ ଚେକିଂ କରିଥିଲେ । ଏହି ସମୟରେ ଯାତ୍ରୀଙ୍କ ଟ୍ରଲିରୁ କିଛି ପ୍ୟାକେଟରେ ସରିଶୃପ ଦେଖିବାକୁ ପାଇଥିଲେ। ଏହାପରେ ବନ ବିଭାଗ ଦ୍ବାରା ଚିହ୍ନଟ କରାଇବା ପରେ ଟ୍ରଲିରେ 47ଟି ଅଜଗର ସାପ ଓ 2ଟି ଛିଟିପିଟି ଥିବା ଜଣାପଡିଥିଲା । ଉକ୍ତ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।