Watch: ଚେନ୍ନାଇରେ ଗୋଲ୍ଡେନ ଓସ୍ତ ପତ୍ରରେ 40ଫୁଟ ଉଚ୍ଚ ଗଣେଶ ମୂର୍ତ୍ତି - ଚେନ୍ନାଇରେ ନିଆରା ଗଣେଶ ମୂର୍ତ୍ତି
Published : Sep 19, 2023, 7:04 PM IST
ଚେନ୍ନାଇ: ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଦେଖିବାକୁ ମିଳିଲା ପବିତ୍ର ଓସ୍ତ ପତ୍ରରେ ନିର୍ମିତ ପ୍ରାୟ 40 ଫୁଟ ଉଚ୍ଚର ବିରାଟ ଗଣେଶ ମୂର୍ତ୍ତି । ତେବେ ଗୋଲ୍ଡେନ ରଙ୍ଗର ପ୍ରାୟ 30 ହଜାର ଓସ୍ତ ପତ୍ରରେ ଏହି ମୂର୍ତ୍ତିକୁ ନିର୍ମାଣ କରାଯାଇଛି । ବିଘ୍ନରାଜ ଏଥିରେ ବସିବା ସ୍ଥିତିରେ ଏହି ମୂର୍ତ୍ତି ଗଢା ହୋଇଛି । ଓସ୍ତ ପତ୍ର ଉପରେ ବାଲ୍ ଗଣେଶଙ୍କ ମୂର୍ତ୍ତି ସହିତ ରହିଛି ଏକ ଦୀପ । ରାଜ୍ୟରେ ଆଜି (ସେପ୍ଟେମ୍ବର 19) ବିଘ୍ନରାଜଙ୍କ ଜନ୍ମ ତିଥିକୁ ଧୁମଧାମରେ ପାଳନ କରାଯାଇଛି । ଚଳିତ ବର୍ଷ ଗଣେଶ ଚତୁର୍ଥୀର ଦେଶର ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ଶୈଳୀର ଆକର୍ଷଣୀୟ ଗଣେଶ ମୂର୍ତ୍ତି ଦେଖିବାକୁ ମିଳୁଛି। ଯାହାକି ପୂଜା ମଣ୍ଡପ ପ୍ରତି ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଛି । କିଛି କିଛି ସ୍ଥାନରେ ଚନ୍ଦ୍ରଯାନ-3ର ମଡେଲକୁ ମଧ୍ୟ ପୂଜା ମଣ୍ଡପରେ ସ୍ଥାନିତ କରାଯାଇଛି। ଯାହାକି ଇସ୍ରୋର ସଫଳ ଚନ୍ଦ୍ର ଅଭିଯାନର କାହାଣୀ ବଖାଣୁଛି ।
ଏହା ବି ଦେଖନ୍ତୁ- Watch: ମହାରାଷ୍ଟ୍ର ପ୍ରସିଦ୍ଧ ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା, 5କିମି ପର୍ଯ୍ୟନ୍ତ ଲମ୍ବା ଲାଇନ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ