ଓଡିଶା

odisha

Konark festival

By ETV Bharat Odisha Team

Published : Dec 4, 2023, 12:48 PM IST

ETV Bharat / videos

କୋଣାର୍କ ମହୋତ୍ସବର ତୃତୀୟ ସନ୍ଧ୍ୟା: ଓଡ଼ିଶୀ ଓ ସତ୍ରିୟା ନୃତ୍ୟ ତାଳେ ତାଳେ ଝୁମିଲେ ଦର୍ଶକ

ପୁରୀ:କୋଣାର୍କ ମହୋତ୍ସବର ତୃତୀୟ ସନ୍ଧ୍ୟା । କୋଣାର୍କ ମୁକ୍ତାକାଶ ରଙ୍ଗ ମଞ୍ଚରେ ତୃତୀୟ ସନ୍ଧ୍ୟାରେ ପରିବେଶିତ ହୋଇଥିଲା ଶାସ୍ତ୍ରୀୟ ଓଡ଼ିଶୀ ଓ ସତ୍ରିୟା ନୃତ୍ୟ । ନୃତ୍ୟ ଶିଳ୍ପୀମାନେ ଭକ୍ତିରସ ସହ ଭାବ ଓ ଆବେଗର ସମନ୍ଵୟରେ ସମର୍ପଣର ଭାବଧାରାକୁ ପରଶି ଦେଇଥିଲେ । ତେବେ ତୃତୀୟ ସନ୍ଧ୍ୟାରେ ପ୍ରଥମେ ରୋଜାଲିନ୍ ମହାପାତ୍ର ଓ ତାଙ୍କ ଦେବଦାସୀ ଅନୁଷ୍ଠାନର ଶିଳ୍ପୀମାନେ ସରସ୍ବତୀ ବନ୍ଦନା ଉପସ୍ଥାପନ କରିଥିଲେ। ପରେ ଜନସମ୍ମୋହିନୀ ପଲ୍ଲବୀ ଓ ନୃତ୍ୟାଭିନୟ ଯୁଗେ ଯୁଗେ ଜଗନ୍ନାଥ ପରିବେଷଣ କରିଥିଲେ ଦେବଦାସୀ ଅନୁଷ୍ଠାନର ଶିଳ୍ପୀବୃନ୍ଦ । ଦ୍ବିତୀୟ ଚରଣରେ ସତ୍ରିୟା ନୃତ୍ୟଶିଳ୍ପୀ ଅନ୍ୱେଷା ମହନ୍ତ ଓ ସାଥୀଙ୍କ ଉପସ୍ଥାପନାରେ ଭକ୍ତି ଦର୍ଶନ ଆଧାରିତ ପରମଲୀଳାର ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା । ଖୋଳ ଓ ଝାଞ୍ଜର ସୁମଧୁର ବାଦନରେ ବୈଷ୍ଣବ ସନ୍ଥଙ୍କ ସମର୍ପଣର ଅଭିବ୍ୟକ୍ତି ହୃଦୟକୁ ଈଶ୍ଵରମନସ୍କ କରିଥିଲା । ପ୍ରକୃତି ଓ ପୁରୁଷର ମିଳିତ ତତ୍ତ୍ଵକୁ କଳ୍ପବୃକ୍ଷ ନୃତ୍ୟାନୁଷ୍ଠାନର ଶିଳ୍ପୀମାନେ ପରିବେଷଣ କରିଥିଲେ । ତେବେ ଆସନ୍ତା 5 ତାରିଖରେ କୋଣାର୍କ ମହୋତ୍ସବ ଉଦଯାପିତ ହେବ । 

ଏହା ମଧ୍ୟ ପଢନ୍ତୁ- କୋଣାର୍କ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା, ମନମୋହିଲା କୁଚିପୁଡି ନୃତ୍ୟ

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details