ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ, 3 ଆହତ - ବାଲିପାଟଣା ବିସ୍ଫୋରଣ
Published : Oct 31, 2023, 10:46 PM IST
ନିଆଳି:ଆଗକୁ ଆସୁଛି ଦିପାବଳୀ । ଏହାକୁ ଦୃଷ୍ଟିରେ ରଖି ଚାଲିଥିଲା ବାଣ ଭିଡା । ଦୁର୍ଭାଗ୍ୟବସତଃ କୌଣସି କାରଣରୁ ବାଣ ଭିଡା ସମୟରେ ହେଲା ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ଜଣେ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଝିଣ୍ଟି ଶାସନ ପଞ୍ଚାୟତସ୍ଥିତ ଜଇନାବାଦ ନିକଟ ଭାର୍ଗବୀ ନଦୀ ପଠାରେ ଥିବା ଏକ ଘରେ ବାଣ ତିଆରି ଚାଲିଥିଲା । ଏହି ବାଣ କାରଖାନା ଲାଇସେନ୍ସ ପ୍ରାପ୍ତ କିମ୍ବା ବେଆଇନ ଏହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କୌଣସି କାରଣରୁ ବାଣ ତିଆରି ସମୟରେ ବିସ୍ଫୋରଣ ହୋଇଥିଲା ।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ହୋଇ ଦୌଡ଼ି ଥିଲେ । ଖବର ପାଇ ବାଲିପାଟଣା ଅଗ୍ନିଶମ ବିଭାଗ ଓ ବାଲିପାଟଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ନିଆଁକୁ ଆୟତ୍ତ କରିଥିବା ପୋଲିସ ଠାରୁ ସୂଚନା ମିଳିଛି । ତେବେ ଗୁରୁତର ଓ ଆହତଙ୍କ ପରିଚୟ ଏବେ ସୁଦ୍ଧା ମିଳିନଥିବା ବେଳେ ସେମାନେ ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
ଏହା ମଧ୍ୟ ପଢ଼ନ୍ତୁ.....ବାଣ ତିଆରି ବେଳେ ବିସ୍ଫୋରଣ, ପୁଅ ମୃତ ବାପା ଗୁରୁତର
ଇଟିଭି ଭାରତ, ନିଆଳି