ଓଡିଶା

odisha

state drama festival

ETV Bharat / videos

ନାଟକ ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟା, ସମ୍ବଲପୁରୀ ଭାଷାରେ ମଞ୍ଚସ୍ତ ହେଲା ନାଟକ କିଞ୍ଚିତ ଭୋଗମ - ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ

By ETV Bharat Odisha Team

Published : Sep 4, 2023, 11:50 AM IST

ଅନୁଗୋଳ: ଜିଲ୍ଲାରେ ଆରମ୍ଭ ହୋଇଯାଇଛି ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ । ରଙ୍ଗ ସରଗମର ଦ୍ଵିତୀୟ ସଂଧ୍ୟାରେ ମଞ୍ଚସ୍ତ ହୋଇଥିଲା ନାଟକ କିଞ୍ଚିତ ଭୋଗମ ।'ପ୍ରଚୀନ କଳା ଓ ଆଜିର ସ୍ଥିତିକୁ ନେଇ ପର୍ଯ୍ୟବେଶିତ ନାଟକ କିଞ୍ଚିତ ଭୋଗମ । ବରଗଡ ଜିଲ୍ଲା ପଦ୍ମପୁରର 'ଲୁ' ନାଟ୍ୟ ସଂସ୍ଥାର ନାଟକ କିଂଚିତ୍ ଭୋଗାମରେ ଏକ ପ୍ରାଚୀନ ଲୋକକଥାର ସାଂପ୍ରତିକ ରୂପାୟନ ହୋଇଥିଲା । ନୂଆପଡ଼ା ଜିଲ୍ଲା ବୋଡ଼େନ ଅଞ୍ଚଳର ପରଗନିଆ ପରମ୍ପରାର ପ୍ରୟୋଗ ଆଧାରରେ ବର୍ଣ୍ଣିତ ଏହି ନାଟକ । ଧନ ଜନ ମାନ ନିମନ୍ତେ ବେଶ୍ ଜଣାଶୁଣା ଝାଙ୍କର ବୁଢ଼ା । ତାର ଦେହାନ୍ତ ପରେ ରହସ୍ୟଜନକ ଭାବେ ବଡ ପୁଅ ଦେଶ ବାହାରକୁ ଚାଲି ଯାଇଛି । ସାନ ପୁଅ ହାତରେ ପୈତୃକ ସମ୍ପତ୍ତି ଆଉ ବୁଢ଼ା ବାପ ଦେଇଥିବା ଚାରୋଟି ମନ୍ତ୍ର। ନାଟକର ଅଗ୍ରଗତି ସହିତ ମନ୍ତ୍ରର ପଦଗୁଡ଼ିକର ଗୁଢ଼ ଅର୍ଥର ରହସ୍ୟକୁ ଦେଖିବାକୁ ମିଳିଥିଲା ଏହି ନାଟକରେ । କେଶ ରଞ୍ଜନ ପ୍ରଧାନଙ୍କ ରଚିତ ରବି ରଞ୍ଜନ ପ୍ରଧାନ ନିର୍ଦ୍ଦେଶନାରେ ବେଶ ନିଖୁଣ ଅଭିନୟ କରିଥିଲେ ଅନୁଷ୍ଠାନର କାଲକାର । ତେବେ ସମ୍ବଲପୁରୀ ଭାଷାରେ ପରିବେଶିତ ହୋଇଥିଲା ଏହି ନାଟକ । ଯାହା ପ୍ରତ୍ୟେକ ନାଟ୍ୟ ପ୍ରେମୀଙ୍କ ମନକୁ ଛୁଇଁଥିଲା । ନାଟକ ପାଇଁ ମଞ୍ଚ ସଜାରେ ରମେଶ ଗୁର୍ଲା, ଆଲୋକରେ କେମନ୍ତ ସାହୁ, ସଙ୍ଗୀତରେ ଲଛ ମନ୍ ମହାନନ୍ଦ, ପୋଷାକରେ ରାଜେନ୍ଦ୍ର କୁମାର ପାଣିଗ୍ରାହୀ, ନୃତ୍ୟ ନିର୍ଦ୍ଦେଶନା ଆଲିଶା ରାଣୀ ସାହୁ ଓ ଦିପାନ୍ତି ଧଙ୍ଗଡା ମାଝୀ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ- ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆରମ୍ଭ, ମଞ୍ଚ ନାଟକକୁ ଆହୁରି ସୁଦୂର ପ୍ରସାର ପାଇଁ ଲକ୍ଷ୍ୟ

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

...view details