Sri Siddhivinayak Nashik: ଗରମରୁ ମୁକ୍ତି ପାଇଁ ଗଣପତିଙ୍କୁ ୨୧କେଜିର ଚନ୍ଦନ ଲେପ - ନାଶିକରେ ଗ୍ରୀଷ୍ମ ପ୍ରବାହ
ମୁମ୍ବାଇ:ଦେଶର ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ମେ' ମାସରେ ନାଶିକରେ ମଧ୍ୟ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ସୂର୍ଯ୍ୟ ଦେବଙ୍କ ତାପରେ କଲବଲ ହେଉଛନ୍ତି ମଣିଷଠୁ ପଶୁପକ୍ଷୀ । ଏଥିରୁ ଦେବଦେବୀ ମଧ୍ୟ ବାଦ ପଡ଼ି ନାହାନ୍ତି । ସେଥିପାଇଁ ତ ନାଶିକର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିରରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାପ୍ପାଙ୍କୁ ଗରମରୁ ମୁକ୍ତି ଦେବା ପାଇଁ ଚନ୍ଦନ ଏବଂ ମଲ୍ଲିଫୁଲର ବ୍ୟବସ୍ଥା କରାଯାଇଛି । ୨୧ କେଜି ଚନ୍ଦନ ଏବଂ ୫୦ କେଜିର ମଲ୍ଲିମାଳ ବାପ୍ପାଙ୍କୁ ଲଗାଯାଇଛି । ଯେମିତି କି ଗଣପତିଙ୍କୁ ଛୁଇଁପାରିବନି ଗରମ ।
ନାଶିକରେ ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ଦିନରେ କରଞ୍ଜା ଗଣେସ୍ତୋଭ ମଣ୍ଡଳ ପକ୍ଷରୁ ଚନ୍ଦନ ଗଛ ଲଗାଯାଉଛି । ବାପାଙ୍କୁ ୨୧ କେଜି ଚନ୍ଦନ ବୋଳାଯାଉଛି । ଏହାସହ ୫୧ କୋଜିର ମଲ୍ଲିମାଳରେ ସଜ୍ଜିତ କରାଯାଉଛି । ଏହି ସବୁ ଅର୍ପଣ ଦ୍ବାରା ବାପାଙ୍କ ସୌନ୍ଦର୍ଯ୍ୟ ଦୁଇଗୁଣିତ ହେଉଥିବା ବେଳେ ମନ୍ଦିର ପରିବେଶ ମଧ୍ୟ ଶାନ୍ତ ରହୁଛି । ଭକ୍ତମାନେ ଗଣପତି ବାପ୍ପାଙ୍କ ଦର୍ଶନ କରି ବେଶ ଆନନ୍ଦିତ ହେଉଥିବା ଦେଖାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ