ଓଡିଶା

odisha

ମହାଶିବଲିଙ୍ଗ

ଉଜ୍ଜୟିନୀରେ ନିର୍ମାଣ ହେଉଛି 21 ଫୁଟ ଉଚ୍ଚର ମହାଶିବଲିଙ୍ଗ, ବ୍ୟବହାର ହୋଇଛି 1600 ଛୋଟ ଲିଙ୍ଗ

By ETV Bharat Odisha Team

Published : Dec 8, 2023, 2:54 PM IST

Published : Dec 8, 2023, 2:54 PM IST

ଉଜ୍ଜୟିନୀ:ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ ବିଶ୍ବପ୍ରସିଦ୍ଧ ମହାକାଳ ମନ୍ଦିରରେ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିରରେ ବିଭିନ୍ନ ପ୍ରକାର କଳାକୃତି ନିର୍ମାଣ କରାଯାଉଛି । ତେବେ ଭକ୍ତମାନଙ୍କୁ ଆହୁରି ଆକୃଷ୍ଟ କରିବା ପାଇଁ ମହାକାଳ ମନ୍ଦିର ନିକଟରେ ତ୍ରିବେଣୀ ସଂଗ୍ରହାଳୟ ପରିସରରେ ଏକ ମହାଶିବଲିଙ୍ଗ ନିର୍ମାଣ କରାଯାଉଛି । ଯାହାକୁ ଉଚ୍ଚତା 21 ଫୁଟ ରହିଛି । ତେବେ ଏହାର ବିଶେଷତ୍ବ ହେଉଛି ଏହି ଦକ୍ଷିଣମୁଖୀ ଶିବଲିଙ୍ଗକୁ ପାଖାପାଖି 1600 ଛୋଟ ଛୋଟ ଶିବଲିଙ୍ଗରେ ନିର୍ମାଣ କରାଯାଉଛି । ଏହାର ସମ୍ପୂର୍ଣ୍ଣ ନିର୍ମାଣ ପରେ ଏହା ସାଧାରଣଲୋକଙ୍କ ଦର୍ଶନ ପାଇଁ ଖୋଲା ଯିବ । 

ଏହାମଧ୍ୟ ପଢନ୍ତୁ.. Watch: ଉଜ୍ଜୟିନୀ ବାବା ମହାକାଳଙ୍କୁ ରୂପା ମୁକୁଟ ଦାନ କଲେ ଭକ୍ତ

ମହକାଳ ଲୋକ ହେବାପରେ ଉଜ୍ଜୟିନୀକୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଛି । ଭକ୍ତଙ୍କ ଭିଡକୁ ଦର୍ଶନ ରଖି ଭକ୍ତଙ୍କୁ ଆହରୁୀ ଆକୃଷ୍ଟ କରିବା ପାଇଁ ସଂସ୍କୁତି ବିଭାଗ ପକ୍ଷରୁ ମହାକାଳ ମନ୍ଦିର ପରିସରରେ ବିଭିନ୍ନ ପ୍ରକାର କଳାକୃତି ନିର୍ମାଣ କରାଯାଉଛି । ଏହି କ୍ରମରେ ସଂସ୍କୃତି ବିଭାଗ ତ୍ରିବେଣୀ ସଂଗ୍ରହାଳୟରେ ଛୋଟ ଛୋଟ ଶିବଲିଙ୍ଗରେ 21 ଫୁଟ ଉଚ୍ଚତାର ଏକ ବଡ ଶିବଲିଙ୍ଗ ନିର୍ମାଣ ଜାରି ରଖିଛନ୍ତି । ଏହି ଶିବଲିଙ୍ଗ ମହାକାଳ ମନ୍ଦିରର ଗର୍ଭଗୃହରେ ସ୍ଥାପିତ ଦକ୍ଷୀଣମୁଖୀ ଭଳି ଦକ୍ଷୀଣରେ ରଖା ଯାଇଛି ଓ ଏହାର ଧାରା ଉତ୍ତର ଦିଗରେ ରଖାଯାଇଛି । ଏହାର ନିର୍ମାଣ ଶେଷ ହେବା ପାଇଁ ଆଉ ପାଖାପାଖି 10 ଲାଗିପାରେ । ଏହି ଶିବଲିଙ୍ଗରେ ଶିବଙ୍କର ଡମ୍ବରୁ, ନାଗଓ ତ୍ରୀଶୂଳ ମଧ୍ୟ ଶୋଭାପାଇବ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details