ଓଡିଶା

odisha

ପାଣିରେ ଲିଭିଗଲା ଜୀବନ ଦୀପ, 2 ନାବାଳିକା ମୃତ

By ETV Bharat Odisha Team

Published : Sep 29, 2023, 10:43 PM IST

ପାଣିରେ ଲିଭିଗଲା ଜୀବନ ଦୀପ

ବାଲେଶ୍ଵର: ପାଣିରେ ଲିଭିଗଲା ଜୀବନ ଦୀପ। ହସଖୁସିରେ ସବୁକିଛି ଚାଲିଥିବା ବେଳେ ଘୋଟି ଆସିଲା କଳା ବାଦଲ। ଦୁଇ ନାବାଳିକା ଝିଅ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ଦୁଇଜଣଙ୍କର ମୃତ୍ୟୁ। ତେବେ ଘଟଣାଟି ଘଟିଛି ବାଲେଶ୍ବରରେ। 

ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଓଡ଼ଙ୍ଗୀ ଗାଁର ସନ୍ତୋଷ ଦାସ ଓ ବିଶ୍ୱଜିତ ଦାସଙ୍କ ଝିଅ ଆଜି ସକାଳେ ପାଖରେ ଥିବା କାନ୍ତରାତି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ଦୁଇ ଝିଅଙ୍କ ଗୋଡ଼ ଖସି ଯାଇଥିଲା। ଉଭୟ ପାଣିରୁ ବର୍ତ୍ତିବା ପାଇଁ ଚିତ୍କାର କରିଥିଲେ। ପୋଖରୀ ଭିତରେ ଦୁଇ ଝିଅ ବୁଡି ଯାଉଥିବା ଦେଖି ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପୋଖରୀ ଭିତରେ ପଶିଥିଲେ। ସେତେବେଳକୁ ଦୁଇ ଝିଅ ପାଣିରେ ବୁଡି ଯାଇଥିଲେ। ସେମାନଙ୍କୁ ପାଣି ଭିତରୁ ଖୋଜାଖୋଜି କରି ଉଦ୍ଧାର କରି ଗ୍ରାମବାସୀମାନେ ଏକ ପିକଅପ ଭ୍ୟାନରେ ତୁରନ୍ତ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥଲେ। ସେଠାରେ ଡାକ୍ତର ଦୁଇ ଝିଅଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଦୁଇଝିଅ ହେଲେ 13 ବର୍ଷୀୟ ତପସ୍ୱିନୀ ଦାସ ଓ 11 ବର୍ଷୀୟ ତନୁଶ୍ରୀ ଦାସ। ଏହି ଖବର ପାଇବା ପରେ ସଦର ବିଧାୟକ ସ୍ୱରୂପ ଦାସ ବାଲେଶ୍ଵର ମେଡିକାଲରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ଆଶ୍ୱାସନା ଜଣାଇଛନ୍ତି। ଅନ୍ୟପଟେ ଏମିତି ଏକ ଘଟଣା ଏବେ ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି।

ଏହା ମଧ୍ୟ ପଢ଼ନ୍ତୁ..କାଳ ହେଲା ଅସାବଧାନତା, ପୋଖରୀରେ ବୁଡି ନାବାଳିକା ମୃତ

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details