26/11 ମୁମ୍ବାଇ ଆତଙ୍କୀ ଆକ୍ରମଣ ପୁରିଲା 15 ବର୍ଷ, ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
Published : Nov 26, 2023, 2:01 PM IST
ମୁମ୍ବାଇ: 26/11 ମୁମ୍ବାଇ ଆତଙ୍କୀ ଆକ୍ରମଣ ଘଟଣାକୁ ପୁରିଛି 15 ବର୍ଷ । 2008 ମସିହା ଆଜିର ଦିନରେ ମୁମ୍ବାଇର ତାଜ ହୋଟେଲରେ ଘଟିଥିଲା ସାରା ପୃଥିବୀକୁ ଦୋହଲାଇ ଦେବା ଭଳି ଘଟଣା । ତାଜ ହୋଟେଲରେ ଲସ୍କର-ଏ-ତୋଏବା ଆତଙ୍କବାଦୀମାନେ ଖେଳିିଥିଲେ ରକ୍ତର ହୋଲି । ଯେଉଁଥିରେ 18 ଜଣ ସୁରକ୍ଷାକର୍ମୀଙ୍କ ସହ 166 ଜଣଙ୍କ ପ୍ରାଣ ବଳି ପଡ଼ିଥିଲା । 26 ଜଣ ବିଦେଶୀ ନାଗରିକଙ୍କ ଜୀବନ ଯାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ତେବେ ସେଦିନର ଏହି ଆକ୍ରମଣରେ ଶହୀଦ ଯବାନଙ୍କୁ ମନେ ପକାଇ ଆଜି ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
ଏହାମଧ୍ୟ ପଢନ୍ତୁ.. 26/11 ଆତଙ୍କୀ ଆକ୍ରମଣକୁ 15 ବର୍ଷ: ଆଜି ବି ମନରୁ ଲିଭିନି କାଳରାତି ଛାତିଥରା କାହାଣୀ
ମୁମ୍ବାଇ କମିଶନରେଟ ପୋଲିସ କାର୍ଯ୍ୟାଳୟରେ ମହାରାଷ୍ଟ୍ର ଗଭର୍ଣ୍ଣର ରମେଶ ବାଇସ୍, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ପ୍ରମୁଖ ଶଦୀହମାନଙ୍କ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏଥିସହ ମନ୍ତ୍ରୀ ବିବେକ ଫନସାଲକର ଓ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ