ଓଡିଶା

odisha

Watch: ବୋଲେର ବନେଟ ଭିତରୁ ଉଦ୍ଧାର ହେଲା ୧୨ ଫୁଟର ଅଜଗର

ETV Bharat / videos

Watch: ବୋଲେରୋ ବନେଟ ଭିତରୁ ଉଦ୍ଧାର ହେଲା ୧୨ ଫୁଟର ଅଜଗର - ବୋଲେର ବନେଟରୁ ଅଜଗର ଉଦ୍ଧାର

By ETV Bharat Odisha Team

Published : Nov 5, 2023, 7:34 PM IST

ରାଉରକେଲା: ବୋଲେରୋ ବନେଟ ଭିତରୁ ଉଦ୍ଧାର ହୋଲା ଉଦ୍ଧାର ହେଲା ଏକ ବିରାଟକାୟ ଅଜଗର । ଉଦ୍ଧାର ହୋଇଥିବା ଅଜଗର ସାପଟିର ଲମ୍ବ ହେଉଛି ପ୍ରାୟ ୧୨ ଫୁଟ । ଏହି ସାପ ବୋଲେର ଗାଡିର ବନେଟ ଭିତରେ ପଶିଥିବା ବେଳେ ଏହାକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପଲାଇନର ସଦସ୍ୟ । ରାଉରକେଲା ସହରର ପାୱାରହାଉସ୍ ରୋଡ୍‌ରେ ଏହି ବିରଳ ସାପକୁ ଉଦ୍ଧାର କରାଯାଇଛି । ସ୍ନେକ ହେଲ୍ପଲାଇନର ଅମର ଦାସ ସାପକୁ ସୁରକ୍ଷତି ଭାବେ ଉଦ୍ଧାର କରିଥିଲେ । ପରେ ବନ ବିଭାଗକୁ ହସ୍ତାନ୍ତର କରାଯାଇ ସାପଟିକୁ ଜଙ୍ଗଲରେ ଛଡ଼ା ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ପ୍ରାୟ ୨ ବର୍ଷ ହେଲା ଏହି ଅଜଗର ସାପଟି ପାୱାରହାଉସ୍‌ ରୋଡ୍‌ର ଏକ ଖୋଲା ଅଞ୍ଚଳରେ ବୁଲାବୁଲି କରୁଥିଲା । ପୂର୍ବରୁ ଏକାଧିକବାର ସ୍ଥାନୀୟ ଲୋକ ଏହାକୁ ଏହି ଅଞ୍ଚଳରେ ବୁଲୁଥିବାର ଦେଖିଥିଲେ, କିନ୍ତୁ ଉଦ୍ଧାର କରାଯାଇ ପାରୁନଥିଲା । ଆଜି ପୂର୍ବାହ୍ନରେ ଏହି ଅଞ୍ଚଳରେ ବୁଲୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ପରେ ଉକ୍ତ ସାପଟି ସେଠାରେ ଛିଡ଼ା ହୋଇଥିବା ଏକ ବୋଲେରୋ ବୋନେଟ୍‌ ଭିତରକୁ ପଶିଯାଇଥିଲା ।ତେବେ ବୋଲେରରେ ସାପ ପଶିଥିବା ଦେଖି ଲୋକେ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ ।ଏହା ପରେ ଅମର ଦାସ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ ।ଏହାପରେ ୧୨ ଫୁଟର ଏହି ଅଜଗର ସାପକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ବନ ବିଭାଗ ଅଜଗରର ସ୍ୱାସ୍ଥ୍ୟ ଓ ସ୍ଥିତି ଅନୁଧ୍ୟାନ କରି ଉପଯୁକ୍ତ ପରିବେଶରେ ଛଡାଯିବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ....Watch: ମାଛ ଜାଲରେ ପଡିଲା ବିରାଟକାୟ ଅଜଗର, ଆଉ ତା’ ପରେ...

ଇଟିଭି ଭାରତ,ରାଉରକେଲା

ABOUT THE AUTHOR

...view details