ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା - କେନ୍ଦ୍ରାପଡା ଖବର
କେନ୍ଦ୍ରାପଡା : ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା । ବିଜେପି ସହ ଦୀର୍ଘଦିନର ସମ୍ପର୍କ ଛିନ୍ନ କରି ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡିର ମିଶିଥିଲେ ଗୀତାଞ୍ଜଳି ସେଠୀ । ଆଜି(ରବିବାର) ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ପରେ ଜିଲ୍ଲାରେ ଅଧୁରା ରହିଥିବା ମୌଳିକ ଆବଶ୍ୟକତାକୁ ସେ ପ୍ରାଧାନ୍ୟ ଦେବେ ବୋଲି ସେ କହିଛନ୍ତି। ଅନ୍ୟପଟେ ନିଜ ବିଜୟର ଶ୍ରେୟ ଓ ଅଧ୍ୟକ୍ଷା ପଦବୀ ମଣ୍ଡନ କରିବାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ଆଶୀର୍ବାଦ ଓ ଭରଷା ରହିଥିବା ସେ କହିଛନ୍ତି। ଅନ୍ୟପଟେ ୩୨ଜୋନ ବିଶିଷ୍ଟ କେନ୍ଦ୍ରାପଡ଼ା ଜିଲ୍ଲାରେ ଦଳ ହାତରୁ ଗୋଟିଏ ସିଟ ବିଜେପି ହାତକୁ ଚାଲିଯାଇଥିବାରୁ ଏନେଇ ସମୀକ୍ଷା କରାଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି। ଦଳୀୟ ରଣନୀତି ସହ ଆଗକୁ କିଭଳି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାର କାର୍ଯ୍ୟ ଗୀତାଞ୍ଜଳୀଙ୍କ ନେତୃତ୍ୱରେ କରିବ ସେନେଇ ଅଧିକ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା । କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ
Last Updated : Feb 3, 2023, 8:19 PM IST