ଓଡିଶା

odisha

ETV Bharat / videos

ULB Polls: ଆପ୍‌ର ଉଚ୍ଚଶିକ୍ଷିତା ମେୟର ପ୍ରାର୍ଥିନୀ ସି.ପ୍ରିୟଙ୍କାଙ୍କ ସହ ସାକ୍ଷାତକାର - ବ୍ରହ୍ମପୁର ଖବର

By

Published : Mar 16, 2022, 8:28 PM IST

Updated : Feb 3, 2023, 8:20 PM IST

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ଜଣେ ସର୍ବ କନିଷ୍ଠ ମେୟର ପ୍ରାର୍ଥିନୀ ଭାବରେ ମୈଦାନରେ ରହିଛନ୍ତି ଜଣେ ଉଚ୍ଚ ଶିକ୍ଷିତା ପ୍ରାର୍ଥିନୀ ସି.ପ୍ରିୟଙ୍କା । ବ୍ରହ୍ମପୁର ସହରର ଖଲ୍ଲିକୋଟ ବିଶ୍ବ ବିଦ୍ୟାଳୟରେ ଏମବିଏ ଶିକ୍ଷାରେ ଅଧ୍ୟୟନ କରୁଥିବା ପ୍ରିୟଙ୍କା ଚଳିତଥର ରାଜ୍ୟର ପୌର ନିର୍ବାଚନରେ ଆମ ଆଦମୀ ପାର୍ଟିରୁ ମେୟର ପ୍ରାର୍ଥିନୀ ଭାବରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସହରରେ ରହିଥିବା ଅନେକ ସମସ୍ୟା ଠାରୁ ଆରମ୍ଭ କରି ବଦ୍ଧିତ ହୋଲଡିଂ ଟ୍ୟାକ୍ସକୁ କମ କରିବା ସହ ଦୁର୍ନୀତି ମୁକ୍ତ ସହରରେ ପରିଣତ କରିବାର ନାରା ଦେଇ ବିଭିନ୍ନ ସାହି ଏବଂ ଘରକୁ ଘର ବୁଲି ନିଜର ପ୍ରଚାର ଜାରି ରଖିଛନ୍ତି ପ୍ରାର୍ଥିନୀ । ଏହି ଅବସରରେ ଆପକୁ ଥରୁଟିଏ ସୁଯୋଗ ଦେବା ପାଇଁ ଆହ୍ବାନ କରିଛନ୍ତି ସି.ପ୍ରିୟଙ୍କା । ଏ ନେଇ ସି. ପ୍ରିୟଙ୍କାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details